‘ପରୀ’ ହତ୍ୟାକାଣ୍ଡ ମାମଲା : ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ SIT

Published By : Prameya-News7 Bureau | December 19, 2020 IST

ନୟାଗଡ ୧୯।୧୨: ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ସରୋଜ ସେଠୀ, ତାଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ଏସଆଇଟି ଟିମ୍ ଉଠାଇନେଇଛି । ଶନିବାର ସକାଳେ ଏସଆଇଟିର ୩ ଜଣିଆ ଟିମ୍ ପହଞ୍ଚି ସମସ୍ତଙ୍କୁ ଘରୁ ଉଠାଇନେଇଛି । ତେବେ ଏସଆଇଟି ଟିମ୍ ତାଙ୍କୁ କେଉଁ ସ୍ଥାନକୁ ନେଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏକ ଅଜ୍ଞାତ ସ୍ଥାନରେ ୩ ଜଣଙ୍କୁ ରଖି ଜେରା କରାଯାଉଥିବା ସୂଚନା ରହିଛି ।

ପୂର୍ବରୁ ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟିର ସ୍କାନରରେ ଥିଲେ ସରୋଜ ସେଠୀ । ପୂର୍ବରୁ ମଧ୍ୟ ଅନେକ ଥର ସରୋଜକୁ ଜେରା କରିଥିଲା ଏସଆଇଟି । ସରୋଜଙ୍କ କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍ ର ସନ୍ଦେହଘେରରେ ରହିଥିଲା । ସରୋଜଙ୍କୁ ଜେରା କରିବା ସହ ତାଙ୍କ ସାର୍ଟ, ପ୍ୟାଣ୍ଟ, ବେଡସିଟ୍ ଆଦିକୁ ନେଇ ମଧ୍ୟ ଏସଆଇଟି ଟିମ୍ ପରୀକ୍ଷାନୀରିକ୍ଷା କରିଥିଲା ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ  ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧ରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଗିରଫ କରାଯାଇପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.