'ପରୀ' କାନ୍ଦିବାରୁ ତଣ୍ଟି ଚିପି ମାରିଦେଲା ସରୋଜ, ମୃତଦେହ ସହ ରଖିଥିଲା ଯୌନ ସମ୍ପର୍କ !

Published By : Prameya-News7 Bureau | December 22, 2020 IST

ଭୁବନେଶ୍ବର ୨୨।୧୨: ନୟାଗଡ ଯଦୁପୁରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସଆଇଟି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ ବୋଲି ଅରୁଣ ବୋଥ୍ରା କହିଛନ୍ତି । ୩ ଦିନ ରିମାଣ୍ଡରେ ଯାହା ନୂଆ ତଥ୍ୟ ଆସିବ ଆମେ ଅବଗତ କରାଇବୁ । ଅଭିଯୁକ୍ତକୁ କେଉଁ ମାନେ ସାହାଯ୍ୟ କରୁଥିଲେ ତାହାର ତଦନ୍ତ ଜାରି ରହିଛି ।

ଅରୁଣ ବୋଥ୍ରା କହିଛନ୍ତି ସରୋଜର ସାନ ଭଉଣୀ ପାଖକୁ ପରୀ ଆସେ । ଘଟଣା ଦିନ ସରୋଜ ଭଉଣୀ ପାଖକୁ ଏକୁଟିଆ ପରୀ ଯାଇଥିଲା । ସରୋଜର ଭଉଣୀ ଅଫିସ୍ ବାହାରିଯିବା ପରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ପରୀ କାନ୍ଦିବାରୁ ତଣ୍ଟି ଚିପି ମାରିଦେଇଥିଲା ସରୋଜ । ପରୀର ମୃତଦେହ ସହ ଯୌନ ସଂପର୍କ ରଖିଥିଲା ସରୋଜ । ପରୀର ମୃତଦେହକୁ ଅଖାରେ ଭର୍ତ୍ତି କରି ପୋଖରୀରେ ଫିଙ୍ଗି ଦେଇଥିଲା ।

ଏସଆଇଟି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ମୋବାଇଲରେ ଚାଇଲ୍ଡ ପର୍ଣ୍ଣ ଫିଲ୍ମ ଦେଖେ ସରୋଜ । ପର୍ଣ୍ଣ ଫିଲ୍ମ ମୋବାଇଲରେ ରଖି ଲକ୍ ପକାଇଥିଲା । ମୋବାଇଲରୁ ଗୁଗୁଲ ହିଷ୍ଟ୍ରି ଡିଲିଟ୍ କରିଦେଇଛି । ଦୁଷ୍କର୍ମ ବା ହତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ନଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ ବୋଲି ଅରୁଣ ବୋଥ୍ରା କହିଥିଲେ ।

ପରୀ ମୃତ୍ୟୁ ମାମଲାରେ ବେଶୀ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଅଭିଯୁକ୍ତ ସରୋଜ ପରୀର ମୃତଦେହ ସହ ଯୌନ ସଂପର୍କ ରଖିଥିଲା । ମୃତ ଦେହକୁ ଅଖାରେ ରଖି ପୋଖରୀରେ ଫିଙ୍ଗି ଦେଇଥିଲା । ନଡିଆ ବାହୁଙ୍ଗାରେ ଅଖାକୁ ଲୁଚାଇ ପୋଖରୀରେ ନେଇ ଫିଙ୍ଗିଥିଲା ।

ଆହୁରି ମଧ୍ୟ ପରୀ ପିନ୍ଧିଥିବା ଲେଗିନ୍ସରେ ସିମେନ୍ ଲାଗିଥିଲା ବୋଲି ମଧ୍ୟ ସୂଚନା ମିଳିଛି । ଏଥିରୁ ଖିଅ ପାଇଥିଲା ଏସଆଇଟି । ଆହୁରି ମଧ୍ୟ ତଦନ୍ତ ଜାରି ରହିଛି । ହତ୍ୟା ଘଟଣାର ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଯଦୁପୁର ଗାଁ ପୋଖରୀକୁ ଶୁଖାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.