ଗୋଟିଏ ସପ୍ତାହ ମଧ୍ୟରେ ପୋଲିସର ଦ୍ବିତୀୟ ଚଢ଼ଉ : ରେଡ ଲାଇଟ୍ ଏରିଆରୁ ଦୁଇ ଜଣ ଝିଅଙ୍କୁ କଲା ମୁକ୍ତ

Published By : Prameya-News7 Bureau | March 15, 2019 IST

ବାରଣାସୀ ୧୫/୩: କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରି ଦୁଇ ଜଣ ଝିଅଙ୍କୁ ମୁକ୍ତ କରିଛି। ଏହା ସହିତ ଦେହ ବ୍ୟାପାର କରୁଥିବା ୫ଜଣ ମହିଳା ଏବଂ ୪ଜଣ ପୁରୁଷଙ୍କୁ ଗିରଫ କରିଛି। ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରଣାସୀର ଶିବଦାସପୁରର ରେଡ ଲାଇଟ୍ ଏରିଆରେ।

କିଶୋରୀ ଏବଂ ଯୁବତୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ଆଶା ଜ୍ୟୋତି କେନ୍ଦ୍ରକୁ ପଠାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୬ତାରିଖରେ କ୍ରାଇମ୍ ବାଞ୍ଚ ଟିମ୍ ଶିବଦାସପୁରରେ ଚଢ଼ଉ କରି ଜଣେ ଯୁବତୀଙ୍କୁ ମୁକ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.