ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଫେସ୍‌ବୁକ୍‌କୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ୍, ଶେଷ ପୋଷ୍ଟକୁ ନେଇ ଚାଲିଛି ଛାନ୍‌ଭିନ୍‌

Published By : Prameya-News7 Bureau | August 13, 2020 IST

ଭୁବନେଶ୍ୱର ୧୩।୦୮:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ।  ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ ଶେଷ ଫେସବୁକ ପୋଷ୍ଟକୁ ନେଇ ଚାଲିଛି ଛାନ୍‌ଭିନ୍‌ । ଆଦିତ୍ୟଙ୍କ ଫେସ୍‌ବୁକ୍‌ରୁ ପୋଷ୍ଟ ହୋଇଥିବା ପୋଷ୍ଟଟି କିଏ କରିଛି , ଏବଂ କାହା ମୋବାଇଲରୁ ହୋଇଛି । ତାହାର ସତ୍ୟ ଜାଣିବା ପାଇଁ ଫେସ୍‌ବୁକ୍‌କୁ ଚିଠି ଲେଖିଛି କ୍ରାଇମ୍‌ବ୍ରାଞ୍ଚ । ଫେସ୍‌ବୁକ୍‌ର ପୋଷ୍ଟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ତେବେ  ବିଦ୍ୟାଶ୍ରୀ ମଧ୍ୟ ଜାଣିଥିଲେ ଆଦିତ୍ୟଙ୍କ ପାସ୍ଓ୍ବାର୍ଡ । ସେହିପରି ୧୦ ମାସର କଲ ଡିଟେଲ୍ସ ବାହାର କରିବାକୁ ଚାଲିଛି ଚେଷ୍ଟା । ସାଇବର ଏକ୍ସପର୍ଟକୁ ନେଇ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ ।

ସମାଜସେବୀ ଆଦିତ୍ୟ ଦାସ୍ ମୃତ୍ୟୁ ମାମଲାର ଏକ ମାସ ପରେ ଘଟଣାରୁ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି , ଏବେ କ୍ରାଇମ୍‌ବ୍ରାଞ୍ଚ ହାତରେ ଅଛି ମାମଲା । ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି । ଘଟଣାରେ କ୍ରାଇମବ୍ରାଞ୍ଚ ୩୦ରୁ ଅଧିକ ଲୋକଙ୍କ ଜେରା କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.