ସୋରରେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ; କ୍ରାଇମବ୍ରାଞ୍ଚର ତଦନ୍ତ
20/12/2018 at 10:29 AM

ସୋର୨୦|୧୨: ସୋରରେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତନାଘନା କରୁଛି । ତିନି ମାସ ପରେ କଟକ କ୍ରାଇମ ବ୍ରାଞ୍ଚ ଶାଖାର ଡିଏସପି ପି. କେ ଦାସ ଦୁଇଦିନ ଧରି ମୃତ ଛାତ୍ରୀଙ୍କ ପରିବାର, ସ୍କୁଲ ଓ ଜଣେ ଶିକ୍ଷକଙ୍କ ଘର ପ୍ରଭୃତି ସ୍ଥାନରେ ଛାନଭିନ କରିବା ସହିତ ବିଭିନ୍ନ ଲୋକଙ୍କୁ ପଚାରାଉଚରା କରିଛନ୍ତି । ଏହା ସହ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରି ଫେରିଛନ୍ତି ।

ଗତ ଅଗଷ୍ଟ ୧୦ ତାରିଖ ରାତିରେ ସୋର ଥାନା ୨ ନଂ ୱାର୍ଡ ମଳିକ ସାହିର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଓ ବିରିପଡା ଗାଁର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କାର ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଗୋଟିଏ ଶ୍ରେଣୀରେ ପାଠ ପଢୁଥିବା ବେଳେ ଘନିଷ୍ଠ ବନ୍ଧୁ ଥିଲେ ।ସେମାନଙ୍କର ଏପରି ମୃତ୍ୟୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ପ୍ରିୟଙ୍କାଙ୍କ ବାପା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିବା ସହିତ ମୁଖ୍ୟ ଶାସନ ସଚିବ ସାକ୍ଷାତ କରି କ୍ରାଇମବ୍ରାଞ୍ଜ ତଦନ୍ତ କରିବାକୁ ନିବେଦନ କରିଥିଲେ । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବା ପରେ ମୃତ୍ୟୁ ରହସ୍ୟ ଖୋଲିବ ବୋଲି ପିରିବାର ଲୋକେ ଆଶା ରଖିଛନ୍ତି ।