ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟର ଖୋଳତାଡ଼ ; ବିଭିନ୍ନ ବାଲିଖାଦାନ ଟିଟୋ ମାଲିକାନାରେ ଥିବାର ସୁରାକ ପାଇଛି କ୍ରାଇମ ବ୍ରାଞ୍ଚ

Published By : Prameya-News7 Bureau | July 12, 2018 IST

କେନ୍ଦ୍ରାପଡା ଜିଲ୍ଲାରେ ଥିବା ବିଭିନ୍ନ ବାଲିଖାଦାନ ଟିଟୋ ମାଲିକାନାରେ ଥିବାର ସୁରାକ ପାଇଛି କ୍ରାଇମ ବ୍ରାଞ୍ଚ | ସୂଚନାର ସତ୍ୟାସତ୍ୟ ଜାଣିବା ପାଇଁ ସଂପୃକ୍ତ ଅଂଚଳର ତହସିଲଦାରମାନଙ୍କୁ ମଗାଯାଇଛି ତଥ୍ୟ। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀରେ ଛୋଟବଡ ପ୍ରାୟ ୩୨ ଗୋଟି ବାଲିଘାଟ ରହିଛି। ଏହି ସବୁ ବାଲିଘାଟର ନିଲାମ କରିବା ଦାୟିତ୍ୱ ଉପଜିଲ୍ଲାପାଳଙ୍କର। ବାଲିଘାଟ ଗୁଡିକ ବର୍ଷିକିଆ, ତିନି ବର୍ଷିଆ ଅଥବା ପାଂଚ ବର୍ଷିଆ ନିଲାମ ଦିଆଯାଇଥାଏ। ବିଗତ କିଛି ବର୍ଷ ଧରି ଏହି ନିଲାମ ପ୍ରକ୍ରିୟାକୁ ନିଜ ହିସାବରେ ପରିଚାଳନା କରୁଥିଲେ ଗ୍ୟାଙ୍ଗଷ୍ଟାର୍ ଟିଟୋ। ଏମିତିକି ବାଲିଘାଟର ଟେଣ୍ଡର ଟିଟୋ ନିଜେ ନିର୍ଦ୍ଧ।ରଣ କରୁଥିଲେ। ଫଳରେ ଜିଲ୍ଲାର ସମସ୍ତ ପ୍ରମୁଖ ଏବଂ ବୃହତ ବାଲିଘାଟ ଟିଟୋଙ୍କ କବଜାକୁ ଚାଲିଯାଇଥିଲା। ତେବେ ଆଇନକୁ ଫାଙ୍କିବା ପାଇଁ ବେଶ୍ ଚତୁରତାର ସହିତ ଟିଟୋ ଏହି ସବୁ ବାଲିଖାଦାନକୁ ନିଜ ନାମରେ ନରଖି ନିଜ ସମ୍ପର୍କୀୟ, ନିଜ ପାଖରେ କାମ କରୁଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନାମରେ ରଖୁଥିଲେ। ଏହାଦ୍ୱାରା ବାଲିଖାଦାନର ନାମକୁମାତ୍ର ମାଲିକ ଆଉ କେହି ରହିଥିବା ବେଳେ ଅସଲ ମାଲିକ ଥିଲେ ନିଜେ ଟିଟୋ। କେବଳ ବାଲି ଖାଦାନରେ ସୀମିତ ହୋଇ ରହି ନାହିଁ ଟିଟୋର ବ୍ୟାବସାୟିକ ସାମ୍ରାଜ୍ୟ। କେନ୍ଦ୍ରାପଡା ଇଛାପୁର ଶ୍ୟାମଗୁଡିଆଠାରେ ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ୭୦୦ ଶଯ୍ୟା ବିଶିଷ୍ଟ ହସପିଟାଲରେ ମଧ୍ୟ ଟିଟୋ ଅଂଶୀଦାର ବୋଲି ସୁରାଗ ପାଇଛି କ୍ରାଇମ ବ୍ରାଞ୍ଚ । ଏହା ମହିଳା ଏବଂ ଶିଶୁମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଏକ ବହୁବିଧ ସୁବିଧା ଥିବା ଅତ୍ୟାଧୁନିକ ହସପିଟାଲ। ବାହାର ରାଜ୍ୟର ଏକ କମ୍ପାନୀ ଏହି କାର୍ଯ୍ୟ ପାଇଁ ଟେଣ୍ଡର ହାତେଇଥିବା ସୂଚନା ମିଳୁଛି। ଅନ୍ୟପକ୍ଷରେ କେନ୍ଦ୍ରାପଡା ମୁନସିପାଲିଟିରେ ମଧ୍ୟ କତେକ କାର୍ଯୟର ଟେଣ୍ଡର ମଧ୍ୟ ଟିଟୋ ନେଇଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.