Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ତ୍ରାହି ଅଚ୍ୟୁତ ଆଶ୍ରମରେ ତନାଘନା, ଅଜିତ୍ ସେନାପତି ନିଖୋଜ ମାମଲାର ତଦନ୍ତ କଲା କ୍ରାଇମବ୍ରଞ୍ଜ

28/04/2021 at 11:06 PM

ବାଲିପାଟଣା, ୨୮/୦୪: ଏକ ହତ୍ୟା ଅଭିଯୋଗର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଜ ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ପହଞ୍ଚିଥିଲା । ଗତ ୨୦୧୧ ମସିହାରେ ଜଗତସିଂହପୁରର ଅଜିତ୍ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମରୁ ନିଖୋଜ ହୋଇ ଯାଇଥିଲେ । ଏହି ମାମଲାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚ ପହଞ୍ଚିଥିବା ଜଣାପଡ଼ିଥିଲା ।

ସୂଚନା ଥାଉକି, ଅଜିତ୍‌ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମରୁ ନିଖୋଜ ହେବା ପରେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ୨୦୧୫ ମସିହାରେ ଏ ନେଇ ଆଶ୍ରମ ମୁଖ୍ୟଙ୍କ ନାମରେ ଅଭିଯୋଗ କରିଥିଲେ ନିଖୋଜ ଯୁବକଙ୍କ ବଡଭାଇ ମହେନ୍ଦ୍ର ସେନାପତି । ପରବର୍ତ୍ତି ସମୟରେ ୨୦୨୦ରେ ଏହି ମାମଲା କ୍ରାଇମ୍ ବ୍ରାଞ୍ଜ ହାତକୁ ଯାଇଥିଲା ।

ବୁଧବାର ଦିନ କ୍ରାଇମ୍ ବ୍ରାଞ୍ଜ ଡିଏସପି ଦେବବ୍ରତ ଚକ୍ର ଆଶ୍ରମ ପରିସରରେ ପହଁଞ୍ଚି ତନା ଘନା କରିଛନ୍ତି । ଆଶ୍ରମର ମୁଖ୍ୟ ସ୍ଵର୍ଗତ ସୁର ବାବାଙ୍କ ଦୁଇ ପୁତ୍ର ଏବଂ ଆଶ୍ରମ କର୍ମଚାରୀଙ୍କୁ ଏ ବାବଦରେ ପଚରା ଉଚରା କରିଛନ୍ତି । ଆଶ୍ରମ ପରିସରର ଶିବ ମନ୍ଦିରରେ ମଧ୍ୟ ତଦନ୍ତ ହୋଇଥିବା ଜଣାପଡ଼ିଛି ।

   Related Posts