Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପର୍ଣ୍ଣ ଫିଲ୍ମ ତିଆରି ମାମଲା : ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

15/09/2021 at 8:17 PM

ମୁମ୍ବାଇ ୧୫/୦୯ : ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଅଡୁଆ ବଢିବା​‌ରେ ଲାଗିଛି । କୁନ୍ଦ୍ରାଙ୍କ ବିରୁଦ୍ଧରେ ବୁଧବାର କୋର୍ଟରେ ୧୫ ଶହ ପୃଷ୍ଠାରେ ଚାର୍ଜସିଟ୍‌ ଦାଖଲ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚିତ୍ର ନିର୍ମାଣ କରିବା ଅଭିଯୋଗ​‌ରେ ଏହି ଚାର୍ଜ ସିଟ୍‌ ଦାଖଲ କରିଛି କ୍ରାଇମ୍‌ ବ୍ରାଞ୍ଚ ।

ବର୍ତ୍ତମାନ ଏହି ମାମଲାରେ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କର ବେଲ ଆବେଦନ ମଧ୍ୟ ବାରମ୍ବାର ଖାରଜ ହେଉଛି । ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଛି । ଜଣେ ଏସିପି ସ୍ତରର ଅଧିକାରୀ ଏହି ସ୍ବତନ୍ତ୍ର ଟିମର ମୁଖ୍ୟ ରହିଛନ୍ତି ।

ସୂଚନା ଥାଉକି, ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଦୋଷ ପ୍ରମାଣ କରିବାକୁ କୁନ୍ଦ୍ରାଙ୍କ ବିରୋଧରେ ସମସ୍ତ ପ୍ରମାଣ ଅଛି ବୋଲି ମୁମ୍ବାଇ ପୋଲିସ ଦାବି କରିଛି । ଯାଞ୍ଚ ବେଳେ ରାଜ୍‌ କୁନ୍ଦ୍ରାଙ୍କ ଲାପଟପରୁ ୬୮ଟିୁ ଆଡଲ୍ଟ ଫିଲ୍ମ ମିଳିଥିଲା । ଏହା ସହିତ ଚକ୍ରାନ୍ତ କରି ତାଙ୍କର ଆଇ-କ୍ଲାଉଡ୍‌ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲେ ରାଜ୍‌ । ଅଶ୍ଳୀତ ଚଳଚ୍ଚିତ୍ର ତିଆରି କରିବା ମାମଲାରେ ପ୍ରଥମେ ତାଙ୍କୁ ଗିରଫ କରିବା ସହିତ ଜୁଲାଇ ୨୩ ତାରିଖରେ ତାଙ୍କୁ ଜୁଲାଇ ୨୩ ତାରିଖରେ ରିମାଣ୍ଡରେ ନେବା ସହିତ ଜୁଲାଇ ୨୭ ତାରିଖରେ ନ୍ୟାୟିକ ହେପାଜତକୁ ପଠାଇଥିଲା । ଏବେ ସେ ଜେଲରେ ଅଛନ୍ତି ।

   Related Posts