ବ୍ରାଉନସୁଗାର ଲିଙ୍କ, ଜଳେଶ୍ୱରରୁ ୬ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ STF

Published By : Prameya-News7 Bureau | November 02, 2020 IST

ଜଳେଶ୍ୱର ୦୨।୧୧: ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ର ଚଢ଼ାଉ । ବ୍ରାଉନସୁଗାର କାରବାର ଲିଙ୍କ ଅଭିଯୋଗରେ ବାଲେଶ୍ବର ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ଏବଂ ପୁରୀ ପୋଲିସ ସ୍ପେଶାଲ ସ୍କ୍ବାଡର ମିଳିତ ଚଢ଼ାଉ। ୬ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ STF ।

{"id":354581,"sizeSlug":"large"}

ଖବର ଅନୁଯାୟୀ, ବ୍ରାଉନସୁଗାର ଲିଙ୍କରେ ଜଳେଶ୍ୱର ଝାଡେଶ୍ୱରପୁର ଅଞ୍ଚଳରେ ଚଡ଼ାଉ କରି କ୍ରାଇମବ୍ରାଞ୍ଚ ଏସ୍ ଟିଏଫ୍ ଧଳାଜହର ବେପାରୀ ଏସ୍.କେ ସାଜନଙ୍କ ସମେତ ୬ ଜଣଙ୍କୁ ଉଠାଇ ନେଇଛନ୍ତି। ଗତ ଶନିବାର ଭୁବନେଶ୍ୱରରୁ ବ୍ରାଉନସୁଗାର ବେପାରୀ ସେକ୍ ହସିମ ବକ୍ସକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF ଟିମ୍। ସେହି ଲିଙ୍କରେ ଆଜି ସାଜନ ଓ ତାର ସହଯୋଗୀଙ୍କୁ ଉଠାଇ ନେଇଛି STF ଟିମ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.