Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ବଢାଉଛି ଟେନସନ, ଆଡଭାଜରି ଜାରି କଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍

30/01/2019 at 6:26 PM

କଟକ ୩୦|୧: ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ବେଳେ ଏହା ଏବେ ଗତି ବଦଳାଇବାରେ ଲାଗିଛି । କିଏ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶୀଳ ଫଟୋ ଛଡୁଛି ତ ଆଉ କିଏ ଚାଟିଂ କରି ବ୍ଲାକ ମେଲିଂ କରୁଛି । ତେଣୁ ସୋସିଆଲ ମିଡିଆ ବ୍ୟବହାର ସଂପର୍କରେ କ୍ରାଇମବ୍ରାଞ୍ଚ ସାଇବର ସେଲ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ ।

ସୋସିଆଲ ମିଡିଆର ବ୍ୟବହାର ଯେତିକି ବଢୁଛି, ସେତିକି ବଢୁଛି ଏହାର ଦୂରପଯୋଗ । ସୋସିଆଲ ମିଡିଆରେ ବ୍ଲାକ ମେଲିଂ ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ । ଏଥିପାଇଁ ଜାରି ହୋଇଛି ଆଡଭାଇଜରୀ । ଅଜଣା ବ୍ୟକ୍ତିଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁ ନ ହେବା, ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ ନକରିବା, ଅନ୍ୟ କାହାକୁ ଫଟୋ ସେୟାର ନକରିବା, ନିୟମିତ ବ୍ୟବଧାନରେ ପାସ୍ ଓ୍ବାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ପ୍ରକାର ହାରସ ହୁଅନ୍ତି ତେବେ ସାଇବର ସେଲରେ ଅଭିଯୋଗ କରିବାକୁ କୁହାଯାଇଛି । ଅଫିସ୍ ନଆସି ମଧ୍ୟ cybercrime.gov.in ଏବଂ @CyberDost ଟୁଇଟର ପେଜରେ ଅଭିଯୋଗ କରିପାରିବେ ବୋଲି କ୍ରାଇମବ୍ରାଞ୍ଚ ଏସପି କହିଛନ୍ତି ।

ଟୁଇଟର, ଫେସବୁକ୍, ହ୍ବାଟ୍ସ ଆପ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆାର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । କିଛି ବ୍ୟକ୍ତିବିଶେଷ ଏହା ମାଧ୍ୟମରେ ଯୁବତୀଙ୍କୁ ହଇରାଣ କରୁଛନ୍ତି । ଧମକ ଚମକ ଦେବା ସହ ବ୍ଲାକ୍ ମେଲିଂ କରୁଛନ୍ତି । ବନ୍ଧୁ ହେବାର ବାହାନା କରି କୁଶ୍ଚିତ ଖେଳ ଖେଳୁଛନ୍ତି । ଏଭଳି ଘଟଣା ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । ଅନେକ ନିରବ ରହୁଥିବା ବେଳେ କିଛି ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହେଉଛନ୍ତି । ତେବେ ସଚେତନତା ଏକମାତ୍ର ବାଟ, ଯାହାଦ୍ବାରା ଏଥିରୁ ଜଣେ ଦୂରେଇ ରହିପାରିବ ବୋଲି ମତପ୍ରକାଶ ପାଇଛି ।  

ସୋସିଆଲ ମିଡିଆ ଯେତିକି ହିତରେ ଲାଗୁଛି ତାକୁ ସଠିକ ଢଙ୍ଗରେ ବ୍ୟବହାର କଲେ ଏହା ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ।

   Related Posts