Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିବେକ ଓବେରୟଙ୍କ ପତ୍ନୀ ପ୍ରିୟଙ୍କା ଅଲଭାଙ୍କୁ ନୋଟିସ୍ ପଠାଇଲା ବେଙ୍ଗାଲୁରୁ କ୍ରାଇମ୍ ବ୍ରାଞ୍ଚ

16/10/2020 at 1:53 PM

ନୂଆଦିଲ୍ଲୀ ୧୬/୧୦: ସ୍ୟାଣ୍ଡଲଉଡ ଡ୍ରଗ୍ କେସରେ ଏବେ ସୁଦ୍ଧା ଅନେକ ବଡ଼ ନାଁ ସାମନାକୁ ଆସିଛି। କେତେକ ପେଡଲରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା। କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ ଆଦିତ୍ୟ ଅଲଭାଙ୍କ ବିରୋଧରେ ମଧ୍ୟ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ ଡ୍ରଗ୍ସ ଚାଲାଣ କରିବାର ଅଭିଯୋଗ ରହିଛି।

ଏବେ ସ୍ୟାଣ୍ଡଲଉଡ ଡ୍ରଗସ ମାମଲାରେ ଭାଇ ଆଦିତ୍ୟ ଅଲଭାଙ୍କ କନେକ୍ସନକୁ ଦେଖି ବେଙ୍ଗାଲୁରୁ ସିଟି କ୍ରାଇମ୍ ବ୍ରାଞ୍ଚ ପ୍ରିୟଙ୍କା ଅଲଭା ଓବେରୟଙ୍କୁ ନୋଟିସ୍ ଦେଇଛି।

ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଇଥିଲା। ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ଓ୍ବାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରକୁ ପହଞ୍ଚିଥିଲା।

   Related Posts