Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଜଙ୍ଗଲରେ ଲୁଚିଥିଲେ, ମାଡିବସିଲା କ୍ରାଇମ୍‌ବ୍ରାଞ୍ଚ : ବହିଷ୍କୃତ IIC ଆନନ୍ଦ ମାଝୀ ଗିରଫ

1/07/2020 at 4:50 PM

ଭୁବନେଶ୍ୱର ୦୧।୦୭ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନାର ବହିଷ୍କୃତ IIC ଆନନ୍ଦ ଚନ୍ଦ୍ର ମାଝୀ ଗିରଫ । ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆନନ୍ଦଙ୍କ ଗିରଫ ନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର ଅଭିଯୁକ୍ତ ଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଚାକିରୀରୁ ବିଦା କରାଯାଇଥିଲା । ପୋଲିସ ଡିଜି ଅଭୟ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ । ବହିଷ୍କାର ନେଇ ପୋଲିସ ଡିଜି ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ । ତାଙ୍କର ଏଭଳି ଆଚରଣ ଲଜ୍ଜାଜନକ ବୋଲି ଡିଜି ମଧ୍ୟ କହିଥିଲେ । ଘଟଣାରେ ତଦନ୍ତ ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବହିଷ୍କୃତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ସେବେଠୁ ଘଟଣାରେ ଫେରାର ଥିଲେ । ଶେଷରେ ଆଜି ବହିଷ୍କୃତ IIC ଆନନ୍ଦ ଚନ୍ଦ୍ର ମାଝୀ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ମଧ୍ୟ ବୟାନ ରେକର୍ଡ କରାଯାଇଛି ।

   Related Posts