କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଛାଲ ରାକେଟ୍, ବାଘ ଛାଲ ସହ ୩ ଗିରଫ

Published By : Prameya-News7 Bureau | June 21, 2019 IST

ଭୁବନେଶ୍ବର ୨୧|୬: କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଛାଲ ରାକେଟ । ଦେବଗଡ ଜିଲ୍ଲା ବାରକୋଟରୁ ବାଘ ଛାଲ ଜବତ । ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

{"id":125322}

ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡର ସଚିକାନ୍ତ ନାୟକ, ଦେବଗଡର ରମଣିସେନ ବେହେରା ଓ ଯଜ୍ଞଦତ୍ତ ବେହେରା । ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଜେଲ କର୍ମଚାରୀଙ୍କ ପୁଅ ଥିବା ସୂଚନା ମିଳିଛି । ରାଉରକେଲାକୁ ବାଘ ଛାଲ ବିକ୍ରି ପାଇଁ ଯୋଜନା ଥିଲା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.