ଲକ୍ଷ୍ମୀପୁର ଖେରୀ କାଣ୍ଡ: ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଘନିଷ୍ଠ ଅଙ୍କିତ ଦାସ ଗିରଫ, ୫ ଘଣ୍ଟାର ପଚରାଉଚରା ପରେ ଗିରଫ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | October 13, 2021 IST

ଲକ୍ଷ୍ମୀପୁର ୧୩।୧୦:  ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଉଛନ୍ତି ଅଙ୍କିତ ଦାସ ଓ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ରର ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି। ଘଟଣା ନେଇ ପଚରା ଉଚରା ନିମନ୍ତେ କ୍ରାଇମବ୍ରାଞ୍ଚ ଅଙ୍କିତଙ୍କୁ ଡକାଇଥିଲା। ଲକ୍ଷ୍ମୀପୁର ପୋଲିସ ଲାଇନରେ ଦୀର୍ଘ ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି।

{"id":526662,"width":839,"height":516,"sizeSlug":"full","linkDestination":"none"}

ଲକ୍ଷ୍ମୀପୁର ଖେରୀ କାଣ୍ଡର ତଦନ୍ତ କରୁଥିବା ମନିଟରିଂ କମିଟି ଅଙ୍କିତକୁ ଗିରଫ କରିଛି। ପୋଲିସ ପଚରା ଉଚରା ଲାଗି ସେ ବୁଧବାର କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ଗରିଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରଙ୍କ ପୁଅ ଓ ତିକୋନିଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରର ଘନିଷ୍ଠ କୁହାଯାଉଥିବା ଅଙ୍କିତ ଦାସକୁ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଅଧିକାରୀମାନେ ୩ ଅକ୍ଟୋବର ଘଟଣାରେ ପଚରା ଉଚରା ଲାଗି ଡକାଇଥିଲେ। ସେହି ଅନୁସାରେ ସେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଓକିଲଙ୍କ ଏକ ଟିମ୍‌ ସହ ପୋଲିସ ଲାଇନସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସିଥିଲେ।

{"align":"center","id":526679,"sizeSlug":"full","linkDestination":"none"}

ଅଙ୍କିତ ପୂର୍ବତନ ମନ୍ତ୍ରୀ ଅଖିଳେଶ ଦାସଙ୍କ ଭଣଜା। ମଙ୍ଗଳବାର ସେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆତ୍ମସମର୍ପଣ ଲାଗି ଆବେଦନ କରିଥିଲେ। ତାଙ୍କ ସହ ତାଙ୍କ ବାହନ ଚାଳକ ଲତିଫ ମଧ୍ୟ ଆବେଦନ ଦାଖଲ କରିଥିଲା। କୁହାଯାଉଛି ଚାଷୀଙ୍କ ଉପରେ ମଡାଇ ଦିଆଯାଇଥିବା ଗାଡ଼ି ପଛରେ ଯେଉଁ ଫର୍ଚ୍ୟୁନର ଆସୁଥିଲା ତାହା ଅଙ୍କିତଙ୍କର। ଏହି ଘଟଣାରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ୩ ଅକ୍ଟୋବରର ଏହି ଘଟଣାର ତଦନ୍ତ କରୁଥିବା ଏସଆଇଟି ମାମଲାରେ ଏପର୍ଯ୍ୟନ୍ତ ଅଙ୍କିତଙ୍କୁ ମିସାଇ ମୋଟ ୪ ଜଣଙ୍କୁ ଗିରଫ କଲାଣି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଶେଖର ଭାରତୀଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.