ଓଟିଭି ସିଏଫ୍‌ଓଙ୍କୁ ପୁଣି ଏକ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ: ଆସନ୍ତା ୫ ତାରିଖରେ ହେବ ଶୁଣାଣି

Published By : Prameya-News7 Bureau | November 03, 2020 IST

ଭୁବନେଶ୍ବର୩/୧୧:  ସାରୁଅ ଜମି କେଳେଙ୍କାରୀ ମାମଲାରେ ପୁଣି ଓଟିଭି ସିଏଫ୍‌ଓଙ୍କୁ ଏକ ଦିନିଆ ରିମାଣ୍ଡରେ ନେଲା ତଦନ୍ତକାରୀ ଟିମ୍। ୧୦ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ତଦନ୍ତକାରୀ ଟିମ୍। କିନ୍ତୁ କୋର୍ଟ ମାତ୍ର ଗୋଟିଏ ଦିନ ପ୍ରଦାନ କରିଛନ୍ତି। ଆସନ୍ତା ୫ ତାରିଖରେ ଓଟିଭି ସିଏଫ୍‌ଓଙ୍କ ଜାମିନ ଶୁଣାଣି ହେବ।

ସୂଚନାଥାଉକି ଆଜି ଜେରା ପରେ  କୋର୍ଟରେ ହାଜର ହୋଇଥିଲେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡଙ୍ଗୀ। ଅନ୍ୟପଟେ ଇନ୍‌ଫ୍ରା ଟେକ୍‌ ପ୍ରାଇଭେଟ୍‌ ଲିମିଟେଡର ପାୱାର ଅଫ୍‌ ଆଟର୍ଣ୍ଣିଂ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଜେରା କରାଯାଇଥିଲା। ମଙ୍ଗଳବାର ଏହି ମାମଲାରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରିଥିଲେ କ୍ରାଇମବ୍ରାଞ୍ଚ EOW। ଜମି କିଣାବିକାରେ କାହା କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ସେପଟେ ଆଜି ସରିଛି ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡଙ୍ଗୀଙ୍କ ରିମାଣ୍ଡର ଅବଧି ଶେଷ ହୋଇଥିଲା।

ପୁଣି ଥରେ ଓଟିଭି ସିଏଫ୍‌ଓଙ୍କୁ ରିମାଣ୍ଡରେ ନେଇଛି ତଦନ୍ତକାରୀ ଟିମ୍। ଆଜି ଅପରାହ୍ନରେ ଭୁବନେଶ୍ବର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ମନୋରଞ୍ଜନ ଷଡଙ୍ଗୀ ହାଜର ହୋଇଥିଲେ। ପୂର୍ବ ରିମାଣ୍ଡର ଅବଧି ଶେଷ ହୋଇଥିବା ବେଳେ ଆଜି ପୁଣି ଥରେ ଏକଦିନିଆ ରିମାଣ୍ଡରେ ମନୋରଞ୍ଜନଙ୍କୁ ନେଇଛି କ୍ରାଇମ୍‌ ବ୍ରାଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.