ଆଦିତ୍ୟ ମୃତ୍ୟୁ ମାମଲା : ‘କାହା କଥାରେ ନୁହେଁ, ତଥ୍ୟ ପ୍ରମାଣ ଭିତ୍ତିରେ ତଦନ୍ତ ଆଗକୁ ବଢେ… ସମାଜସେବୀଙ୍କ ମୃତ୍ୟୁ ରହସ୍ୟର ଖୁବଶୀଘ୍ର ପର୍ଦ୍ଦାଫାସ ହେବ ’- କ୍ରାଇମ୍‌ବ୍ରାଞ୍ଚ ADG

Published By : Prameya-News7 Bureau | September 04, 2020 IST

ଭୁବନେଶ୍ୱର ୦୪।୦୯: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା । ଦିନ ଗଡିବା ସହ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଆଦିତ୍ୟଙ୍କ ବାପା ଓ ମାଙ୍କ ଅଭିଯୋଗ କ୍ରମେ ଜଣେ ସାଇକୋ ଲେଡ୍‌ଙ୍କ ହାତ ଥିବା ଅଭିଯୋଗ ଆସିଥିଲା । କିନ୍ତୁ ଗତକାଲି ସେହି ରହସ୍ୟମୟୀ ଯୁବତୀ ସାମ୍ନାକୁ ଆସି ନିଜର ବୟାନ ରଖିଥିଲେ । ସେ କହିଥିଲେ କି ଆଦିତ୍ୟଙ୍କ ସହ ତାଙ୍କର ସାଧାରଣ ପ୍ରେମ ସମ୍ପର୍କ ଥିଲା । କୌଣସି ଏକ ତରଫା ପ୍ରେମ ସମ୍ପର୍କ ନଥିଲା ।  ସାଇକୋ ଲେଡି ପୁରା ମିଛ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା । ଉଭୟଙ୍କ ମଧ୍ୟରେ ଫେସବୁକରୁ ସମ୍ପର୍କ ଥିଲା । ଆଦିତ୍ୟଙ୍କ ସହ ସୁସମ୍ପର୍କ ଥିଲା । ଏପରିକି ସେ ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ବୁଲି ଯାଇଥିବା କହିଛନ୍ତି ।

ତେବେ ରହସ୍ୟମୟୀ ଯୁବତୀଙ୍କ ପ୍ରତିକ୍ରିୟା ଉପରେ  କ୍ରାଇମ୍ ବ୍ରାଞ୍ଚ ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି । କୌଣସି ବ୍ୟକ୍ତିଙ୍କ ପ୍ରତିକ୍ରିୟା ଉପରେ ତଦନ୍ତ କରାଯାଏ ନାହିଁ । ତଥ୍ୟ ପ୍ରମାଣ ଆଧାରରେ ତଦନ୍ତର ଗତି ଆଗକୁ ଯିବ । ଆଦିତ୍ୟ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଛି । ଏବେବି ତଦନ୍ତର ବହୁତ ଦିଗ ବାକି ଅଛି । ଲାଇ ଡିଟେକ୍ସନ ରିପୋର୍ଟ ଖୁବଶୀଘ୍ର ଆସିବ । ଏହା ତଦନ୍ତ ପ୍ରକ୍ରିୟା ପାଇଁ ସହଯୋଗ ହେବ । ସଠିକ୍ ସମୟରେ ଆଦିତ୍ୟ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହେବ ।

wp:core-embed/wordpress {"url":"http://www.prameyanews7.com/aditya-das-case-chainmayee-mahapatra/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/aditya-das-case-chainmayee-mahapatra/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.