Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଷ୍ଟାର୍ଟଅପ୍ ପିଚ୍‌ରେ ଯୁବରାଜ ସିଂହ, ଜାଣନ୍ତୁ ତାଙ୍କ ବିସ୍ତୃତ ଯୋଜନା

1/11/2020 at 7:00 PM

ନୂଆଦିଲ୍ଲୀ : କ୍ରିକେଟରରୁ ଭେଞ୍ଚର କ୍ୟାପିଟାଲିଷ୍ଟ ପାଲଟିଛନ୍ତି ଯୁବରାଜ ସିଂହ। ଏଥିପାଇଁ ୟୁବି ତାଙ୍କ ଇନଭେଷ୍ଟମେଣ୍ଟ କମ୍ପାନୀ ୟୁଭିକେନ୍‌ ଭେଞ୍ଚର୍ସ ମାଧ୍ୟମରେ ସ୍ୱାସ୍ଥ୍ୟ, ଖେଳ, ଖାଦ୍ୟପାନିୟ ଓ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଦ୍ୟୋଗିକ ଷ୍ଟାର୍ଟଅପରେ ସେୟାର କ୍ରୟ କରିବାକୁ ଯୋଜନା କରିଛନ୍ତି। ନିବେଶ ପୋର୍ଟଫଲିଓ ବଢାଇବା ଲାଗି ୟୁବି ଏହି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସେୟାର କ୍ରୟ କରିବେ ବୋଲି ଜଣାପଡିଛି।

ଏ ନେଇ ଯୁବରାଜ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନରେ ଯୋଗ ଦେବା ତାଙ୍କର ମୂଳ ଲକ୍ଷ। ଆଗାମୀ ୩ରୁ ୬ ମାସ ପର୍ଯ୍ୟନ୍ତ ଉପରୋକ୍ତ କ୍ଷେତ୍ରମାନଙ୍କରେ ସେ ନିବେଶ ଅବସର ଚିହ୍ନଟ କରିବେ । ଏହି କ୍ରମରେ ସେ ନିକଟରେ ୱେଲଭର୍ସଡରେ ନିବେଶ କରିଛନ୍ତି। ତେବେ ଏଥିରେ ଯୁବରାଜ କେତେ ନିବେସ କରିଛନ୍ତି ତାହା ସ୍ପଷ୍ଟ କହିନଥିଲେ ମଧ୍ୟ ୱେଲଭର୍ସଡର ବ୍ୟବସାୟୀକ ମୂଲ୍ୟାୟନ ଅନୁନ୍ୟ ୧୦୦ କୋଟି ଟଙ୍କା ବୋଲି ଜଣାପଡିଛି।

ୟୁବିକେନ୍ ମାଧ୍ୟମରେଯୁବରାଜଙ୍କ ନିବେଶର ଉଦ୍ଦେଶ୍ୟ ଭିନ୍ନ। ସେ ଆଗାମୀ ଦିନମାନଙ୍କରେ ଅଧିକରୁ ଅଧିକ ନିବେଶ କରିବେ। ୟୁବିକେନ ଦ୍ୱାରା  ଲୋକଙ୍କ ଜୀବନ ଓ ସାମାଜିକ ସ୍ତରରେ ପରିବର୍ତ୍ତନ ଯୁବରାଜଙ୍କ ଲକ୍ଷ। ତେବେ କୋଭିଡ-୧୯ ମହାମାରୀ ଯୋଗୁ ଯୁବରାଜଙ୍କ କାର୍ଯ୍ୟକ୍ରମ ଧିମେଇ ଯାଇଥିଲା। ସରକାରଙ୍କ ଅନଲକ୍‌ ଆରମ୍ଭ ହେବା ପରଠାରୁ ଏ ଦିଗରେ ଯୁବରାଜ ପୁଣି ପଦକ୍ଷେପ ନେଇଛନ୍ତି।  

   Related Posts