Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କ୍ରିକେଟର ଯୁବରାଜ ସିଂହ ଗିରଫ, ହାଂସୀରୁ ଧରିଲା ପୋଲିସ…

17/10/2021 at 9:06 PM

ହାଂସୀ ୧୭/୧୦ : ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଗିରଫ । ହରିୟାଣାର ହାଂସୀ ଅଞ୍ଚଳରୁ ଯୁବରାଜ ସିଂହଙ୍କୁ ଗିରଫ କଲା ହିସାର ପୋଲିସ । ଅନୂସଚିତ ଜାତି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ଯୁବରାଜ ସିଂହଙ୍କ ବିରୁଦ୍ଧ​‌ରେ ଅଭିଯୋଗ ହୋଇଛି ଯେ, ଗତ ବର୍ଷ କ୍ରିକେଟର ରୋହିତ ଶର୍ମାଙ୍କ ସହ ଲାଇଭ ଚାଟ୍‌ ସୋ ରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ୟୁଜବେନ୍ଦ୍ର ଚହଲଙ୍କୁ ଜାତି ଭିତ୍ତିକ ମନ୍ତବ୍ୟ ଦେଇଥିଲେ । ଅପମାନ ଜନକ ଟିପ୍ପଣୀ ଦେବା କାରଣରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟଙ୍କ ଆଦେଶ ପରେ ଯୁବରାଜ ସିଂହ ଚଣ୍ଡିଗଡ ପହଞ୍ଚିଥିଲେ । କିନ୍ତୁ ସେଠାରୁ ହିସାର ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳୁଛି । ପୋଲିସ ତାଙ୍କୁ ପଚରା ଉଚରା କରିଛି ।

ହିସାର ଜିଓ ମେସରେ ପଚରାଉଚରା କରାଯାଇଥିଲା। ଏହା ପରେ ଯୁବରାଜ ସିଂଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନରେ ମୁକ୍ତ କରାଯାଇଛି। ଏହି ମାମଲାରେ କିଛି ଦିନ ପୂର୍ବରୁ ଯୁବରାଜ ସିଂଙ୍କୁ ଜାମିନ ମଞ୍ଜୁର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ହାଂସୀ ପୋଲିସ ତାଙ୍କୁ ଔପଚାରିକ ଭାବେ ଗିରଫ କରି ପରେ ଛାଡି ଦେଇଛି । ଯୁବରାଜଙ୍କୁ କିଛି ପଚରାଉଚରା ପରେ ପୋଲିସ ଛାଡି ଦେଇଛି ।

ଅନୁସୂଚିତ ଜାତି ବିରୁଦ୍ଧରେ ଯୁବରାଜ ସିଂ ଅପମାନଜନକ ତଥା ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦଳିତ ଅଧିକାର କର୍ମୀ ରଜତ କଲସନ ତାଙ୍କ ବିରୋଧରେ ହାଂସି ଥାନାରେ ଏସ୍‌ସି-ଏସଟି ଆକ୍ଟ୍ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂ ହାଇକୋର୍ଟରେ ଆବେଦନ କରିଥିଲେ। ଯାହା ଉପରେ ଯୁବରାଜଙ୍କ ବିରୋଧରେ ପୋଲିସର ଗିରଫଦାରୀକୁ ହାଇକୋର୍ଟ ବାରଣ କରିଥିଲେ ଏବଂ ଆଗୁଆ ଜାମିନ ପ୍ରଦାନ କରିଥିଲେ ।

   Related Posts