କ୍ରିକେଟ୍‌ରୁ ସନ୍ୟାସ ନେଲେ ଏହି ଖେଳାଳି, କହିଲେ ଦୁଇଟି ୱାର୍ଲ୍ଡକପ୍‌ ଜିତିବା ଜୀବନର ସବୁଠାରୁ ବଡ଼ ଉପଲବ୍ଧି

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର୍‌ ୟୁସୁଫ୍ ପଠାନ୍‌ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ପଠାନ୍‌ ୨୦୦୭ ମସିହା ଟି-୨୦ ୱାର୍ଲ୍ଡକପ୍ ଏବଂ ୨୦୧୧ ମସିହା ୫୦ ଓଭର୍‌ର ୱାର୍ଲ୍ଡକପ୍ ଜିତିଥିବା ଭାରତୀୟ ଦଲର ସଦସ୍ୟ ରହିସାରିଛନ୍ତି । ସେ ଶୁକ୍ରବାର ଟ୍ୱିଟ୍‌ କରି ସନ୍ୟାସ ଘୋଷଣା କରିଥିବା ଜଣାପଡ଼ିଛି ।

ୟୁସୁଫ୍‌ ପଠାନ ଭାରତ ପାଇଁ ୫୭ଟି ୱାନ୍‌ଡେ ମ୍ୟାଚ୍‌ରେ ହାରାହାରି ୨୭ ରନ୍‌ ହିସାବରେ ୮୧୦ ରନ୍‌ କରିଛନ୍ତି । ଏଥିସହିତ ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ୨୩୬ ରନ୍‌ ରହିଛି । ସେ ୱାନ୍‌ଡେରେ ୨ଟି ଶତକ, ୩ଟି ଅର୍ଦ୍ଧଶତକ କରିଛନ୍ତି ଏବଂ ସେ ୱାନ୍‌ଡେରେ ୩୩ଟି ଓ ଟି-୨୦ରେ ୧୩ଟି ୱିକେଟ୍‌ ହାସଲ୍‌ କରିଛନ୍ତି ।    

wp:html /wp:html

ୟୁସୁଫ୍‌ ଏନେଇ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର ମନେ ଅଛି ଯେଉଁଦିନ ମୁଁ ପ୍ରଥମେ ଭାରତର ଜର୍ସି ପନ୍ଧିଥିଲି । ମୁଁ କେବଳ ସେହି ଜର୍ସି ପିନ୍ଧିନଥିଲି ସେହି ଜର୍ସି ମୋ ପାଇଁ ପରିବାର ଥିଲା, କୋଚ୍‌, ବନ୍ଧୁ ଏବଂ ସାରା ଦେଶ ପାଇଁ ଥିଲା ।

ମୋର ପିଲାଦିନ ଓ ସାରା ଜୀବନ କ୍ରିକେଟ୍‌କୁ ନେଇ ବିତିଥିଲା ଏବଂ ଅନ୍ତରାଷ୍ଟ୍ରିୟ, ଘରୋଇ ଓ ଆଇପିଏଲ୍‌ କ୍ରିକେଟ୍‌ ମୁଁ ଖେଳିଥିଲି । କିନ୍ତୁ ଆଜି କିଛି ଅଲଗା ରହିଛି । ସେ ଆଗକୁ ଲେଖିଛନ୍ତି ଯେ ଆଜି କୌଣସି ଆଇପିଏଲ୍ ଫାଇନାଲ୍‌ କି ୱାର୍ଲ୍ଡକପ୍ ନୁହେଁ କିନ୍ତୁ ଆଜି ଦିନଟି ମୋ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ । ଆଜି ସବୁ କ୍ରିକେଟ୍‌ କ୍ୟାରିୟର୍‌ରେ ସମ୍ପୂର୍ଣ୍ଣ ବିରାମ ଲାଗିଛି । ମୁଁ ଆଧିକାରୀକ ସ୍ତରରେ ସମସ୍ତ ଫର୍ମାଟ୍‌ରୁ ସନ୍ୟାସ ନେଉଛି ବୋଲି ସେ ଏଥିରେ ପ୍ରକାଶ କରିଛନ୍ତି । 

ଆଇପିଏଲ୍‌ରେ ୟୁସୁଫ୍‌ ୨୦୧୦ ମସିହାରେ ମୁମ୍ୱାଇ ଇଣ୍ଡିଆନ୍ସ ବିପକ୍ଷରେ ୩୭ ବଲ୍‌ରେ ଶତକ ହାସଲ୍ କରିଥିଲେ । ଯାହାକି ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ସବୁଠାରୁ ଦ୍ରୁତତମ ଶତକ । ଆଇପିଏଲ୍‌ରେ ସବୁଠାରୁ ଦ୍ରୁତତମ ଶତକ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି । ସେ ୩୦ ବଲ୍‌ ଖେଳି ଏହି ରେକର୍ଡ ନିଜ ନାମରେ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.