Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ମା’ ଓ ଭଉଣୀଙ୍କୁ ହରାଇବା ପରେ ଭାଙ୍ଗିପଡିଛନ୍ତି ଏହି ମହିଳା କ୍ରିକେଟର, ଭାବପ୍ରବଣ ହୋଇ ଲେଖିଲେ ଏମିତି ମେସେଜ୍

11/05/2021 at 7:35 PM

ନୂଆଦିଲ୍ଲୀ ୧୧।୫: ଭାରତୀୟ ମହିଳା ଦଳର କ୍ରିକେଟର ବେଦା କୃଷ୍ଣାମୂର୍ତ୍ତିଙ୍କ ମା’ ଓ ଭଉଣୀଙ୍କର କରୋନାରେ ମୃତ୍ୟୁ ହୋଇଛି । ବେଦା କୃଷ୍ଣାମୂର୍ତ୍ତି କହିଛନ୍ତି ଯେ ତାଙ୍କ ପରିବାର ସବୁ କିଛି ଠିକ୍ ଭାବେ କରିଥିଲେ । କିନ୍ତୁ ସେମାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ଦୁଇ ସପ୍ତାହ ମଧ୍ୟରେ ବେଦାଙ୍କ ମା’ ଏବଂ ଭଉଣୀଙ୍କର ମୃତ୍ୟୁ ହୋଇଛି । ବେଙ୍ଗାଲୁରୁର ୨୮ ବର୍ଷ ବୟସ୍କା ଏହି କ୍ରିକେଟର ତାଙ୍କ ମା’ ଏବଂ ଭଉଣୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବେଦା କହିଛନ୍ତି, ‘ଏହି ଭାଇରସ୍ ଅତ୍ୟନ୍ତ ବିପଜ୍ଜନକ । ମୋ ପରିବାର ସବୁକିଛି ଠିକ୍ ଭାବରେ କରିଥିଲେ କିନ୍ତୁ ଭାଇରସ୍ ସେମାନଙ୍କୁ ଛାଡିଲାନାହିଁ । ଯେଉଁମାନେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସହ ମୁଁ ହୃଦୟରୁ ରହିଛି । ସୁରକ୍ଷିତ ରୁହନ୍ତୁ, ଦୃଢ ରୁହନ୍ତୁ ।’

ସେ କହିଛନ୍ତି, ‘ତୁମେ ଦୁଇ ଜଣ ଚାଲିଯିବା ପରେ ମୋ ଦୁନିଆ ସମ୍ପୂର୍ଣ୍ଣ ବଦଳିଯାଇଛି । ମୁଁ ଜାଣିନି ଆମ ପରିବାର ପୁଣି ଥରେ କେମିତି ଏକଜୁଟ ହେବ । ମୁଁ କେବଳ ଏତିକି କହିପାରିବି ଯେ, ତୁମ ଦୁଇ ଜଣଙ୍କୁ ବହୁତ ଭଲ ପାଏ ଏବଂ ତୁମ ଦୁଇ ଜଣଙ୍କୁ ମନେ ରଖିବି । ତୁମେ ଦୁହେଁ ମୋର ସବୁ କାମରେ ଆନନ୍ଦିତ ହେଉଥିଲ । ମୋର ସବୁବେଳେ ଅହଙ୍କାର ଥିଲା ଯେ, ମୋର ଦୁଇଟି ମା’ ଅଛନ୍ତି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ଅହଙ୍କାର କାହା ପାଇଁ ଭଲ ହୋଇନଥାଏ ।’

ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ମା’ ଚେଲୁବାମ୍ବା ଦେବୀଙ୍କ ମୃତ୍ୟୁର ୨ ସପ୍ତାହ ପରେ ଗୁରୁବାର ଦିନ ବଡ ଭଉଣୀ ବତ୍ସଲା ଶିବକୁମାରଙ୍କ ଦେହାନ୍ତ ହୋଇଛି । ଭାରତ ପାଇଁ ୪୮ଟି ଏକଦିବସୀୟ ଏବଂ ୭୬ଟି ଟି-୨୦, ଅନ୍ତର୍ଜାତୀୟ ଖେଳିସାରିଥିବା ବେଦା ସୋସିଆଲ ମିଡିଆ ଜରିଆରେ ଏହି ମହାମାରୀ ସାମ୍ନା କରୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

   Related Posts