ଏପ୍ରିଲ ୮ରେ କ୍ରିକେଟର ଶ୍ରେୟସ ଆୟରଙ୍କ ସର୍ଜରୀ, ଆହତ କାରଣରୁ IPLରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ
2/04/2021 at 8:12 PM

ନୂଆଦିଲ୍ଲୀ ୦୨/୦୪ : କାନ୍ଧରେ ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ ଶ୍ରେୟସ ଆୟର । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରୁ ମଧ୍ୟ ଶ୍ରେୟସ ଆୟର ବାଦ ପଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଉଥିବା ଆୟରଙ୍କ ବଦଳରେ ଏଥର ଦଳର ନେତୃତ୍ବ ନେବେ ଋଷଭ ପନ୍ତ । ତେବେ କାନ୍ଧରେ ଆଘାତ ଲାଗିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କର ଆସନ୍ତା ଏପ୍ରିଲ ତାରିଖରେ ସର୍ଜରୀ ହେବା ନେଇ ସୂଚନା ମିଳିଛି ।
ମାର୍ଚ୍ଚ ୨୩ ତାରିଖରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ । ଜୋନି ବୟାରିଷ୍ଟୋଙ୍କ ଏକ ସଟ୍କୁ ଡ୍ରାଇଭ ମାରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆୟରଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା । ସର୍ଜରୀ ପରେ ଶ୍ରେୟସ ଆୟର ପ୍ରାୟ ୪ ମାସ ଯାଏଁ କ୍ରିକେଟ୍ ଠାରୁ ଦୂରରେ ରହିବେ ।