ଲକ୍ ଡାଉନ୍ ବେଳେ ଏଭଳି ସମୟ କାଟୁଛନ୍ତି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା, ଫାର୍ମ ହାଉସରେ କରୁଥିଲେ…

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୧।୪: ବିଶ୍ବର ୧୯୫ଟି ଦେଶରେ କରୋନା ଭାଇରସ୍ ବ୍ୟାପିସାରିଛି । ଭାରତରେ ମଧ୍ୟ ଏହି ଭାଇରସ୍ ତାର କାୟା ବିସ୍ତାର କରିଚାଲିଛି । ଫଳରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଭାରତରେ ଲକ୍ ଡାଉନ୍ କରିଦିଆଯାଇଛି । ଏହି ସମୟ ମଧ୍ୟରେ ଭାରତ ସମେତ ସାରା ବିଶ୍ବରେ ସମସ୍ତ କ୍ରୀଡା ଟୁର୍ଣ୍ଣାମେଣ୍ଟ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି । ତେଣୁ ସମସ୍ତ ଖେଳାଳି ଲକ୍ ଡାଉନ୍ ପରେ ନିଜ ନିଜ ଘରେ ରହିଛନ୍ତି । ଏହି ସମୟରେ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ମଙ୍ଗଳବାର ତାଙ୍କ ଫର୍ମ ହାଉସରେ ଘୋଡା ଚଢୁଥିବାର ନଜର ଆସିଛନ୍ତି । ସେ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ସେ ଘୋଡା ଚଢିବା ତାଙ୍କର ସବୁଠୁ ବେଶୀ ପସନ୍ଦ ।

wp:core-embed/twitter {"url":"https://twitter.com/imjadeja/status/1244878456053211137","type":"rich","providerNameSlug":"twitter","className":""}
https://twitter.com/imjadeja/status/1244878456053211137
/wp:core-embed/twitter

ରବୀନ୍ଦ୍ର ଜାଡେଜା ଏହା ପୂର୍ବରୁ ଜିମରେ ରନିଂ କରୁଥିବା ସମୟର ଏକ ଭିଡିଓ ସେୟାର କରିଥିଲେ । ତା’ପରେ ସେ ଟ୍ବିଟ୍ କରି କହିଥିଲେ, ରନିଂ ହେଉଛି ମୋର ଶକ୍ତି । ଏହା ମୋ ଶରୀରକୁ ସବୁବେଳେ ସୁସ୍ଥ ରଖେ । ଏହାସହ ସେ ଅନ୍ୟ ଏକ ଟ୍ବିଟ୍ ରେ ଲୋକଙ୍କୁ ଲକ୍ ଡାଉନ୍ ପାଳନ କରିବାକୁ ଏବଂ ଘରେ ରହିବାକୁ ଅପିଲ୍ କରିଥିଲେ । କରୋନା ଯୋଗୁଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ମଧ୍ୟ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ଲିଗ୍ ପୂର୍ବରୁ ୨୯ ମାର୍ଚ୍ଚରୁ ଅନୁଷ୍ଠିତ ହେବାକୁ ଥିବା । ତେବେ କରୋନା କାରଣରୁ ଆଇପିଏଲ ହେବା ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ଦେଶରେ ୧୯ଟି ରାଜ୍ୟରେ ବ୍ୟାପିଛି । ମଙ୍ଗଳବାର ଦିନ ଦେଶରେ ୨୭୨ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମଣ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଶରେ ୧୩୯୭ ଜଣ କରୋନା ବାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.