ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କରେ ଥିଲେ ରବି ଶାସ୍ତ୍ରୀ, ଜାଣନ୍ତୁ କ’ଣ ପାଇଁ ହୋଇ ପାରିଲାନି ସେମାନଙ୍କ ବିବାହ

Published By : Prameya-News7 Bureau | August 17, 2019 IST

ଭାରତୀୟ କ୍ରିକେଟ ଟିମରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଷ୍ଟାଡିୟମ ବାହାରେ ମଧ୍ୟ ଯୁବତୀ ଖୁବ୍ ପସନ୍ଦ କରନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ଟିମ୍ ଇଣ୍ଡିଆର ପୋଷ୍ଟର ବୟ ରବି ଶାସ୍ତ୍ରୀ। ୮୦ ଦଶକରେ ଅନେକ ଯୁବତୀ ଥିଲେ ଯେଉଁମାନେ ଆଜିର ଟିମ୍ ଇଣ୍ଡିଆ କ୍ରିକେଟ କୋଚ୍ ରବି ଶାସ୍ତ୍ରୀଙ୍କ ଲାଗି ସେତେବେଳେ ପାଗଳ ହୋଇ ଉଠୁଥିଲେ। ଏକ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ସହ ରବି ଶାସ୍ତ୍ରୀଙ୍କ ଆଫେୟାରର ଚର୍ଚ୍ଚା ହେଉଥିଲା। ତେବେ ସେମାନେ କାହିଁକି ବିବାହ କରିପାରିଲେନି ଆସନ୍ତୁ ଜାଣିବା।

{"id":145512,"width":578,"height":578}

ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ ବଲିଉଡ୍ ସୁପରହିଟ୍ ଫିଲ୍ମ ଭଳି ଚର୍ଚ୍ଚିତ ପ୍ରସଙ୍ଗ ଥିଲା। ଅମୃତା ସିଂହ ଷ୍ଟାଡିୟମରେ ରବି ଶାସ୍ତ୍ରୀଙ୍କୁ ଚିୟର ଅପ୍ କରିବାର ବି ଅନେକ ଥର ଦେଖାଯାଇଛି। ସେତେବେଳେ ଅମୃତାସିଂ ଓ ରବିଶାସ୍ତ୍ରୀଙ୍କ ସମ୍ପର୍କ ଜାତୀୟ ସ୍ତରର ପତ୍ରପତ୍ରିକାରେ କଭର ପେଜ୍ ବି ହୋଇଥିଲା। କୁହାଯାଏ ଏହି ମ୍ୟାଗଜିନ କଭରପେଜ୍ ଫଟୋ ଯୋଗୁ ଉଭୟ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଥିଲେ। ଉଭୟଙ୍କ ସମ୍ପର୍କ ଆଗକୁ ବଢିବା ସହ ୧୯୮୬ ମସିହାରେ ବିବାହ ନିମନ୍ତେ ଉଭୟ ଏନଗେଜମଣ୍ଟ ମଧ୍ୟ କରିଥିଲେ। ହେଲେ ସେମାନଙ୍କ ବିଚାରଧାରାରେ ଥିବା ପାର୍ଥକ୍ୟ ହିଁ ସେମାନଙ୍କୁ ଏକାଠି କରାଇ ପାରିନଥିଲା। ଶେଷରେ ରବି ୧୯୯୦ ମସିହାରେ ଋତୁଙ୍କୁ ବିବାହ କରି ଘର ଶଂସାର କରିଥିଲେ।

{"id":145513,"width":574,"height":382}

ରବି କହିଥିଲେ ମୋ ପତ୍ନୀଙ୍କ ପ୍ରାଥମିକତା ଘର ଓ ପରିବାର ହେବା ଦରକାର। ସେପଟେ ଅମୃତା କହିଥିଲେ କ୍ୟାରିୟର ଲାଗି ମୁଁ ବି ଏହି ସମ୍ପର୍କକୁ ଏବେ ଆଉ ଅଧିକ ଆଗକୁ ବଢେଇ ପାରିବିନି। ତେବେ ମୋର ବିଶ୍ୱାସ ଆଉ କିଛି ବର୍ଷ ପରେ ମୁଁ ଫୁଲଟାଇମ ହାଉସ୍ ୱାଇଫ ଓ ମଦର ନିଶ୍ଚିତ ହୋଇ ପାରିବି। ଫଳରେ ସେମାନଙ୍କ ପ୍ରେମରେ ବ୍ରେକ୍ ଲାଗିଥିଲା। ରବି ଶାସ୍ତ୍ରୀ ଋତୁଙ୍କୁ ବିବାହ କରିବାର ପରବର୍ଷ ଅର୍ଥାତ ୧୯୯୧ ମସିହାରେ ଅମୃତା  ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ।   ରବିଶାସ୍ତ୍ରୀଙ୍କୁ ନିକଟରେ ବିସିସିଆଇ ଟିମ୍ ଇଣ୍ଡିଆର ପୁଣି ଥରେ ହେଡ କୋଚ୍ ନିଯୁକ୍ତ କରିଛନ୍ତି। ଏହି ପଦବୀରେ ସେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତାଙ୍କ କୋଚିଂରେ ଟିମ୍ ଇଣ୍ଡିଆ ଏବେ ସବୁ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିଛି। ଏଥିଲାଗି କିଛି ଦିନ ପୂର୍ବରୁ କୋଚ୍ ଭାବେ ରବି ଶାସ୍ତ୍ରୀ ପ୍ରଥମ ପସନ୍ଦ ବୋଲି କହିଥିଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେ ବିରାଟ କୋହଲି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.