Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାଜ କୁନ୍ଦ୍ରା ଗିରଫ ପରେ ସୋସିଆଲ ମିଡିଆରେ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ପୁରୁଣା ପୋଷ୍ଟ ଭାଇରାଲ, ଟ୍ରୋଲ କରୁଛନ୍ତି ଲୋକେ

20/07/2021 at 6:59 PM

ମୁମ୍ବାଇ ୨୦।୭ : ପର୍ଣ୍ଣ ଫିଲ୍ମ କେସ୍‌ ଦେଶର ଏବେ ହଟ ଟପିକ୍‌ ପାଲଟିଛି। ବଲିଉଡ ସେଲିବ୍ରିଟି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ପର୍ଣ୍ଣ ଫିଲ୍ମ ସିଣ୍ଡିକେଟର ମୁଖ୍ୟ କାରପଟଦାର ଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ କୁନ୍ଦ୍ରାକୁ ଗିରଫ କରିଥିବା ବେଳେ କୋର୍ଟ ମଙ୍ଗଳବାର ତାଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛି। ଘଟଣା ଏବେ ଦେଶରେ ହଟଚମଟ ସୃଷ୍ଟି କରିଛି। ଏଥିରେ ସୋସିଆଲ ମିଡିଆରେ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ଏକ ପୁରୁଣା ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯାହାକୁ ଏବେ ନେଟିଜେନ ଖୁବ୍ ଟ୍ରୋଲ କରୁଛନ୍ତି। 

ରାହାଣେଙ୍କୁ ତାଙ୍କ ଫଲୋର୍ସ ଏକ ପୁରୁଣା ଟ୍ୱିଟ୍‌କୁ ନେଇ ଟ୍ରୋଲ କରୁଛନ୍ତି। ରାହାଣେ ପ୍ରାୟ ୯ ବର୍ଷ ପୂର୍ବେ କୁନ୍ଦ୍ରାଙ୍କୁ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ କୁନ୍ଦ୍ରା ଖୁବ ଭଲ କାମ କରୁଥିବା ରାହାଣେ ଉଲ୍ଲେଖ କରିଥିବା ବେଳେ କୁନ୍ଦ୍ରା ତାଙ୍କୁ କାର୍ଯ୍ୟକ୍ରମକୁ ଲାଇଭ ଦେଖିବା ଲାଗି  ଇନଭାଇଟ୍‌ କରିଥିଲେ। ଜାହାର ଜବାବରେ ରାହାଣେ ନିଶ୍ଚିତ ଆଶିବେ ବୋଲି ଉଲ୍ଲେଖ କରିଥିଲେ। ଏଥିରେ କୁନ୍ଦ୍ରା ଯେଉଁ କାମ କରୁଥିଲେ ତାହାହିଁ ଏବେ ରାହାଣେଙ୍କ ଲାଗି  ବିପରୀତ ପରିସ୍ଥିତି ସୃଷ୍ଟି କରୁଛି। ଲୋକେ ରାହାଣେଙ୍କ ସେହି ପୋଷ୍ଟକୁ ସେୟାର କରି ତାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି।

ରାହାଣେଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରାହାଣେ ଯେଉଁ ସମୟରେ କୁନ୍ଦ୍ରାଙ୍କ କାମର ତାରିଫ କରିଥିଲେ ସେତେବେଳେ ସେ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲସ୍‌ର ସହ ମାଲିକ ଥିଲେ। ସେତେବେଳେ ରାହାଣେ ତାଙ୍କ ଟିମ୍‌ରେ ଖେଳୁଥିଲେ। ରାହାଣେ ରାଜସ୍ଥାନ ରୟାଲସ ସହ ୨୦୧୧ ମସିହାରେ ସାମିଲ ହୋଇଥିଲେ ଓ ୨୦୧୮ରେ ଟିମ୍‌ର କ୍ୟାପ୍ଟେନ ହୋଇଥିଲେ। ଏବେ ସେ ଦିଲ୍ଲୀ କ୍ୟାପିଟାଲ ଲାଗି ଖେଳୁଛନ୍ତି।

ତେବେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଚଳିତବର୍ଷ ଫେବୃଆରୀ ମାସରେ ଅସଡ଼ ଫିଲ୍ମ ନିର୍ମାଣ ନେଇ ମୋକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଥିଲା। ବଲିଉଡକୁ ଆସୁଥିବା ଯୁବତୀମାନଙ୍କୁ ବଡ଼ ଫିଲ୍ମରେ କାମ ଦେବାର ଲୋଭ ଦେଖାଇ ସେମାନଙ୍କୁ ପର୍ଣ୍ଣ ଫିଲ୍ମ ଜାଲରେ ଫସା ଯାଉଥିଲା। ପ୍ରତି ସପ୍ତାହରେ ଏପରି ଗୋଟିଏ ଗୋଟିଏ ଫିଲ୍ମ କରି କୁନ୍ଦ୍ରା ଓଟିଟି ପ୍ଲାଟଫର୍ମରେ ରିଲିଜ କରୁଥିଲେ।

   Related Posts