‘ମହିଳା ସବ ଇଂସ୍ପେକଟରଙ୍କୁ ପ୍ରେମ କରି ଆରେଷ୍ଟ’ ହୋଇଥିଲେ ଟିମ ଇଂଡିଆର ଏହି ଖେଳାଳୀ !

Published By : Prameya-News7 Bureau | February 21, 2019 IST

wp:heading {"level":5}
ଭାରତୀୟ ଟିମ୍‌ର ବଲର୍‌ ପରୱିନ୍ଦର ଆୱନା ଜଣେ ପ୍ରତିଷ୍ଠିତ ଖେଳାଳୀ। ଆଇପିଏଲ୍‌ରେ ହଇଚଇ ସୃଷ୍ଟି କରିଥିବା ଏହି ଖେଳାଳୀ ଜଣେ ମହିଳା ପୋଲିସଙ୍କୁ ବିବାହ କରିଛନ୍ତି। ।  ପରୱିନ୍ଦରଙ୍କ ସ୍ତ୍ରୀ ସଂଗୀତା କସାନା ଦିଲ୍ଲୀ ପୋଲିସରେ ସବ୍‌ ଇନିସପେକ୍ଟର ଅଛନ୍ତି।ଏହି ଇନିସପେକ୍ଟରଙ୍କ ସହ ପରୱିନ୍ଦରଙ୍କ ଦୀର୍ଘ ଦିନ ଧରି ପ୍ରେମ ଚାଲିଥିଲା । ପରୱିନ୍ଦର ଓ ସଂଗୀତାଙ୍କ ରିସେପସନ ଗ୍ରେଟର ନୋଏଡାରେ ହୋଇଥିଲା। ଉଭୟଙ୍କ ବିବାହ ସରିବାପରେ ତାଙ୍କ ବନ୍ଧୁମାନେ କହିଥିଲେ ଯେ, ଲେଡି ଇନିସପେକ୍ଟରଙ୍କ ପ୍ରେମରେ ପଡି ପରୱିନ୍ଦର ଆରେଷ୍ଟ ହୋଇଗଲେ । ଏହି କଥାକୁ ନେଇ ବେଶ ଫନ୍‌ ମଧ୍ୟ କରିଥିଲେ ବନ୍ଧୁମାନେ ।  
/wp:heading {"id":87370,"width":597,"height":605}
wp:heading {"level":5}
୨୦୦୭ ମସିହାରେ ଦିଲ୍ଲୀ ଟିମ୍‌ରୁ ଖେଳି ସେ କ୍ରିକେଟ ଜଗତରେ ପାଦ ଦେଇଥିଲେ। ଦିଲ୍ଲୀରୁ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳି ପରୱିନ୍ଦର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ। ୨୦୧୨ ମସିହାରେ ପରୱିନ୍ଦର ଭାରତ ପାଇଁ ଖେଳି ଆନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୧୨, ୨୦୧୩, ଓ ୨୦୧୪ ମସିହାର ଆଇପିଏଲ୍‌ରେ ମଧ୍ୟ ଖେଳିଥିଲେ ପରୱିନ୍ଦର। ସେ ଆଇପିଏଲ୍‌ରେ ୩୩ଟି ମ୍ୟାଚ ଖେଳିଛନ୍ତି। ୨୦୧୪ ମସିହାରେ ପରୱିନ୍ଦର ଶେଷ ଥର ପାଇଁ ଆଇପିଏଲ୍‌ ଖେଳିଥିଲେ। ୨୦୧୮ ମସିହା ଜୁଲାଇ ମାସରେ କ୍ରିକେଟରୁ ସୋ ଅବସର ନେଇଥିଲେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.