ସିରାଜଙ୍କ ବଡ଼ ଖୁଲାସା, କହିଲେ- ବର୍ଣ୍ଣ ବିଦ୍ବେଷ ଟିପ୍ପଣୀ ଶୁଣିବା ପରେ ମ୍ୟାଚ୍‌ ଛାଡ଼ିବାକୁ ବିକଳ୍ପ ଦେଇଥିଲେ ଅମ୍ପାୟର

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ପରେ ଟିମ୍‌ ଇଣ୍ଡିଆକୁ ବିଶ୍ବରେ ବାଃ ବାଃ ମିଳୁଛି। ଏହି ବିଜୟ ହାସଲ କରିବାକୁ ପ୍ରତ୍ୟେକଟି ଖେଳାଳି କେତେ ଯେ କଷ୍ଟ କରିଛନ୍ତି ତାହା କାହାକୁ ଅଛପା ନାହିଁ। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ଘରୋଇ ଦଳ ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ କବଜା କରିଥିଲା। କିନ୍ତୁ ସେଠାରେ ଭାରତୀୟ ଖେଳାଳି ବର୍ଣ୍ଣ ବିଦ୍ବେଷ ଟିପ୍ପଣୀରେ ସାମ୍ନା କରିଥିଲେ। ଏହା ପଛରେ ଥିବା ଆଉ ଏକ ନିରାଟ ସତ୍ୟର ଖୁଲାସା କରିଛନ୍ତି ଭାରତୀୟ ଦ୍ରୁତ ବୋଲର ତଥା ବ୍ରିସ୍‌ବେନ୍‌ ଷ୍ଟାର ମହମ୍ମଦ ସିରାଜ।

ସିରାଜ ହୁଅନ୍ତୁ କି ସୁନ୍ଦର ଏମାନଙ୍କୁ ପଡ଼ିଆ ମଝିରେ ହତୋତ୍ସାହିତ କରିବା ପାଇଁ ବର୍ଣ୍ଣ ବିଦ୍ବେଷ ଟିପଣ୍ଣୀର ସାମ୍ନା କରିବାକୁ ପଡ଼ିଥିଲା।  ତଥାପି ସିଡନୀ ଟେଷ୍ଟରେ ମଇଦାନରେ ଥିବା ଅମ୍ପାୟରମାନେ ଟିମ୍‌କୁ ତୃତୀୟ ଟେଷ୍ଟ ମଝିରୁ ଛାଡ଼ିବା ପାଇଁ ବିକଳ୍ପ ଦେଇଥିଲେ ବୋଲି ମହମ୍ମଦ ସିରାଜ କହିଛନ୍ତି। ସିରାଜ ଓ ଜସପ୍ରୀତ ବୁମରାଙ୍କୁ ସିଡନୀରେ ଲଗାତର ବର୍ଣ୍ଣ ବିଦ୍ବେଷ ଟିପ୍ପଣୀରେ ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ରେଫେରୀ ଡେଭିଡ ବୁନଙ୍କୁ ଅଭିଯୋଗ କରିଥିଲେ। ଏହି ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ କ୍ଷମା ବି ମାଗିଥିଲା।

ସିରାଜଙ୍କୁ କିଛି ଦର୍ଶକ ‘ବ୍ରାଉନ ମଙ୍କି’ ବୋଲି କହିଥିଲେ। ସିରାଜ ଏନେଇ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ କହିଥିଲେ। ସେ ମଇଦାନରେ ଥିବା ଅମ୍ପାୟର ପଲ ରିଫେଲ ଓ ପଲ ଓ୍ବିଲସନଙ୍କୁ ଜଣାଇଥିଲେ। ସିରାଜ ଭାରତ ପହଞ୍ଚିବା ପରେ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ‘ମୁଁ ଅଷ୍ଟ୍ରେଲିଆରେ ଅପଶବ୍ଦ ଶୁଣିଛି ଆଉ ସହିଛି। ମାମଲା ଚାଲିଛି ଦେଖିବା ମୋତେ ନ୍ୟାୟ ମିଳୁଛି କି ନାହିଁ। ଅଧିନାୟକଙ୍କୁ ଏନେଇ ଜଣାଇବା ମୋ କାମ ଥିଲା।’

wp:embed {"url":"https://twitter.com/ANI/status/1352226628127002636?utm_campaign=fullarticle\u0026utm_medium=referral\u0026utm_source=inshorts","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1352226628127002636?utm_campaign=fullarticle&utm_medium=referral&utm_source=inshorts
/wp:embed

ଅଷ୍ଟ୍ରେଲିଆରେ ଭାରତ ପାଇଁ ସବୁଠୁ ଅଧିକ ୧୩ ଓ୍ବିକେଟ୍‌ ନେଇଥିବା ବୋଲର ସିରାଜ କହିଛନ୍ତି, ଅମ୍ପାୟର ଆମକୁ ଖେଳ ଅଧାରୁ ଛାଡ଼ିବାକୁ କହିଥିଲେ। କିନ୍ତୁ ରାହାଣେ କହିଥିଲେ ମ୍ୟାଚ୍‌ ଛାଡ଼ିବାନି। ଆମେ କିଛି ଭୁଲ କରିନାହାନ୍ତି । ତେଣୁ ଆମେ ଖେଳିବା। ଏହା ସହ ଦର୍ଶକଙ୍କ ଖରାପ ବ୍ୟବହାର ସେମାନଙ୍କ ଭଲ ପ୍ରଦର୍ଶନର କାରଣ ହେଲା ବୋଲି ସିରାଜ କହିଛନ୍ତି। ସେ କହିଛନ୍ତି, ‘ ଏଥିପାଇଁ ମୁଁ ମାନସିକ ସ୍ତରରେ ଦୃଢ଼ ହୋଇଥିଲି। ଖେଳ ଉପରେ ଏହାର ପ୍ରଭାବ ପକାଇବାକୁ ଦେଲି ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.