ଅଟୋ ଚଲାଉଥିଲେ ସିରାଜଙ୍କ ପିତା, ଘର ସାମ୍ନାରେ ବିଏମଡବ୍ଲୁ କାର ଆଣି ଛିଡା କଲେ ପୁଅ, ହେଲେ ଖୁସି ଦେଖିବାକୁ ନାହାନ୍ତି ପିତା

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧ : ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚ୍ ସିରିଜରେ ଐତିହାସିକ ବିଜୟ ହାସଲ କରିଛି। ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଅଷ୍ଟ୍ରେଲିଆରେ କମାଲ କରି ଦେଖାଇଛନ୍ତି। ୱାସିଂଟନ ସୁନ୍ଦର, ଟି ନଟରାଜନ, ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ସିରାଜଙ୍କ ପାଇଁ ଏହି ସିରିଜ ସ୍ମରଣୀୟ ଓ ଖାସ ଥିଲା। ସିରିଜ ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ସେତେବେଳେ ସେ ଅଷ୍ଟ୍ରେଲିଆରେ ଥିଲେ। ତଥାପି ସେ ଘରକୁ ଫେରିନଥିଲେ। ପିତାଙ୍କ ସ୍ବପ୍ନ ପୁରା କରିବାକୁ ମ୍ୟାଚ ଖେଳିଥିଲେ। ଦୃଢ ମନୋବଳ ଯୋଗୁଁ ସେ ପିତାଙ୍କ ସ୍ବପ୍ନ ବି ପୁରା କଲେ। ଅଷ୍ଟ୍ରେଲିଆରୁ ଐତିହାସିକ ବିଜୟ ହାସଲ ପରେ ସେ ଘରକୁ ଫେରିବା ପରେ ସେ ନିଜକୁ ଉପହାର ଦେଇଛନ୍ତି।

{"id":396898,"sizeSlug":"large","linkDestination":"none"}

ଶୁକ୍ରବାର ଦିନ ସିରାଜ ନିଜକୁ ନିଜେ ଏକ ବିଏମଡବ୍ଲୁ କାର ଉପହାର ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ନୂଆ କାରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସିରାଜଙ୍କ ପିତା ଦିନେ ଅଟୋ ଚଲାଉଥିଲେ। ପୁଅ ଆଜି ଘର ସାମ୍ନାରେ ବିଏମଡବ୍ଲୁ କାର ଆଣି ଛିଡା କରିଦେଇଛନ୍ତି। କିନ୍ତୁ ଏହି ଖୁସି ଦେଖିବାକୁ ସିରାଜଙ୍କ ପିତା ଆଜି ଆଉ ଏହି ଦୁନିଆରେ ନାହିଁ।

https://www.instagram.com/p/CKWfOQlrQFJ/

ସିରାଜ ହାଇଦ୍ରାବାଦ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଅଟୋ ଚଲାଇ ପରିବାର ପୋଷୁଥିଲେ। ଅଟୋ ଡ୍ରାଇଭର ହୋଇଥିଲେ ବି ସିରାଜଙ୍କ ପିତା ପୁଅ ପାଇଁ କେବେ କିଛି ଅଭାବ ରଖିନଥିଲେ। ପୁଅକୁ ସେ ଭଲ ଭଲ ସ୍ପାଇକ୍ସ ଆଣିଦେଇଥିଲେ। ସିରାଜ ଦିନ ସାରା କ୍ରିକେଟ ପ୍ରାକ୍ଟିସ ହିଁ କରୁଥିଲେ। ସେ ରାତିରେ ବି ପ୍ରାକ୍ଟିସ କରୁଥିଲେ। ସବୁବେଳେ କ୍ରିକେଟ ପ୍ରାକ୍ଟିସ କରିବାକୁ ଯାଇଥିଲେ ବୋଲି ମା'ଙ୍କ ଠାରୁ କେତେଥର ମାଡ ମଧ୍ୟ ଖାଇଛନ୍ତି। କିନ୍ତୁ ନିଜର ଜିଦ ତାଙ୍କୁ ଆଇପିଏଲ ଯାଏଁ ନେଇଯାଇଥିଲା ଓ ଆଜି ସେ ସଫଳ ହୋଇଛନ୍ତି ଓ ପିତାଙ୍କ ସ୍ବପ୍ନ ବି ପୁରା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.