ଚୟନକର୍ତ୍ତାଙ୍କୁ ପୂର୍ବତନ କ୍ରିକେଟରଙ୍କ ପ୍ରଶ୍ନ, ଲୋକେସ ରାହୁଲ ଆପଣଙ୍କୁ କେଉଁ ଆଡ଼ୁ ଅଧିନାୟକ ଭଳି ଲାଗିଲେ ?

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧: ନିକଟରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସରିଜ୍‌ରେ ୦-୩ ରେ ପରାଜୟ ସ୍ୱିକାର କରିବାକୁ ପଡ଼ିଛି । ଦଳର ଏପରି ପରାଜୟକୁ ନେଇ କେ.ଏଲ୍‌ ରାହୁଲଙ୍କ କ୍ୟାପ୍ଟେନ୍‌ସିପ୍‌ ଉପରେ ପ୍ରଶ୍ନ ଉଠିଛି । ଭାରତୀୟ ଦଲର ପୂର୍ବତନ ବ୍ୟାଟ୍‌ସ୍ ମ୍ୟାନ୍‌ ମନୋଜ ତିୱାରୀ ମଧ୍ୟ ଏନେଇ ପ୍ରଶ୍ନ କରିଛନ୍ତି । ସେ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ କୌଣସି ଜଣେ ଖେଳାଳିକୁ କେହି କ୍ୟାପ୍ଟେନ୍‌ ପାଇଁ ପ୍ରସ୍ତୁତ କରାଇ ପାରିବ ନାହିଁ । ଆପଣ ଜନ୍ମରୁ ଲିଡର୍‌ ହୋଇଥାନ୍ତୁ ଅଥବା ପରେ ।

କ୍ରିକେଟର୍‌ ମନୋଜ ତିୱାରୀଙ୍କୁ ସ୍ପୋର୍ଟ୍‌ସକୀଡ଼ା ପକ୍ଷରୁ ଆପଣ ରାହୁଲ୍‌ଙ୍କ ଭିତରେ କ୍ୟାପ୍ଟେନ୍‌ ରୁପରେ କଣ ଦେଖିଲେ ବୋଲି ପ୍ରଶ୍ନ କରାଯାଇଥିଲା । ସେ ଏହାର ଜବାବରେ ଅଚାନକ୍‌ କହିଥିଲେ ଯେ ତାଙ୍କୁ ଭବିଷ୍ୟତର କ୍ୟାପ୍ଟେନ୍‌ ରୁପେ ପ୍ରସ୍ତୁତ କରାଯାଉଛି । ମୁଁ ବୁଝି ପାରୁନି ଯେ ଆପଣ କେମିତି ଜଣେ କ୍ୟାପ୍ଟେନ୍‌କୁ ପ୍ରସ୍ତୁତ କରୁଛନ୍ତି । ଜଣେ ବ୍ୟକ୍ତି ଜନ୍ମରୁ ନେତା ହୋଇଥାନ୍ତି ବା ହୋଇନଥାନ୍ତି । କପ୍ଟେନ୍‌ସିପ୍‌ ସ୍ୱଭାବିକ ରୁପେ ଆସିଥାଏ । ଏହା ଏକ ଅନ୍ତର୍ନିହିତ ଗୁଣ । ଏହାକୁ କେହି କହିଲେ ହୋଇଯିବ ନାହିଁ ।  

ବେଙ୍ଗଲ କ୍ରିକେଟର୍‌ ଆଗକୁ କହିଛନ୍ତି ଯେ, କ୍ୟାପ୍ଟେନ୍‌କୁ ପ୍ରସ୍ତୁତ କରିବା ସମ୍ଭବ । କିନ୍ତୁ ଏହି ପ୍ରକ୍ରିୟାରେ ଲମ୍ବା ସମୟ ଲାଗିବ । ନିର୍ଣ୍ଣୟ ନେବା ସମ୍ବନ୍ଧରେ କେବଳ ଜାଣିବା ପାଇଁ ଜଣେ ଖେଳାଳିକୁ ୨୦ ରୁ ୨୫ ମ୍ୟାଚ୍‌ ଖେଳିବାକୁ ପଡ଼ିବ । ତଥାପି ମଧ୍ୟ ଖେଳାଳି ସଫଳ ହେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଭାରତ ପାଇଁ ସମସ୍ତ ଅନ୍ତରାଷ୍ଟ୍ରିୟ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । କେ.ଏଲ୍‌ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଯାତ୍ରା ସେପରି ଭଲ ନାହିଁ । କାରଣ ଟିମ୍‌ ଦୁଇଥର ଆଇପିଏଲ୍‌ରେ ଟପ୍‌ ୪ରେ ମଧ୍ୟ ପହଞ୍ଚିପାରିନାହିଁ ବୋଲି ସେ ଏଥିରେ ପ୍ରକାଶ କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.