Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ମନୀଷ ପାଣ୍ଡେଙ୍କ ବିବାହ ତାରିଖ ହେଲା ଫିକ୍ସ, ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ କରିବେ ବିବାହ

18/10/2019 at 3:38 PM

ମୁମ୍ବାଇ୧୮|୧୦: ଭାରତୀୟ କ୍ରିକେଟ ତାରକା ମନୀଷ ପାଣ୍ଡେ ୧୯୮୯ ମସିହା ସେପଟେମ୍ବର ମାସ ୧୦ ତାରିଖରେ ଜନ୍ମ ହୋଇଥିଲେ। ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

ପିଲା ବେଳୁ କ୍ରିକେଟ ଖେଳିବାରେ ତାଙ୍କର ବହୁତ ଆଗ୍ରହ ଥିଲା। ନିଜ ପୂର୍ବ ଆଇପିଏଲ ଟିମ୍‌ ରୟାଲ ଚ୍ୟାଲେଂଞ୍ଜର୍ସ ବାଙ୍ଗଲୋର ସହ ୨୦୦୯ ମସିହାରେ ଖେଳି ଶତକ କରିଥିବା ପ୍ରଥମ ଖେଳାଳୀ ହେଉଛନ୍ତି ମନୀଷ।

ମନୀଷ ଭାରତୀୟ  T20 ଟିମ୍‌ର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ତେବେ ମନୀଷ ପାଣ୍ଡେ କ୍ରିକେଟରେ ନିଜ ନାଁ ଉଜ୍ଜ୍ବଳ କରିବା ସହ ନିଜ ଜୀବନର ଏକ ସୁନ୍ଦର ଆରମ୍ଭ କରିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ, ମନୀଷ ପାଣ୍ଡେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ମନୀଷ ଜଣେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିବେ।

ସେ ହେଉଛନ୍ତି ଅଶ୍ରିତା ଶେଟ୍ଟୀ। ଉଭୟ ପରସ୍ପର ସହ ବହୁତ ଆଗରୁ ରିଲେଶନସିପ୍‌ରେ ଅଛନ୍ତି। ଏବେ ଏହି ରିଲେସନଶିପ୍‌ରୁ ପର୍ଦ୍ଦା ଉଠିଯାଇଛି ଓ ଚଳିତ ବର୍ଷ ଡିସେମ୍ବର ମାସ ୨ ତାରିଖରେ ଦୁହେଁ ବିବାହ କରିବେ।     

   Related Posts