କାଶ୍ମୀରରେ ପାଟ୍ରୋଲିଂ କରିବେ ମହେନ୍ଦ୍ର ସିଂ ଧୋନୀ

Published By : Prameya-News7 Bureau | July 26, 2019 IST

 ନୂଆଦିଲ୍ଲୀ ୨୬।୭:  କାଶ୍ମୀର ଭ୍ୟାଲିରେ ପାଟ୍ରୋଲିଂ କରିବେ ମହେନ୍ଦ୍ର ସିଂହ ଧୋନି। ଜମ୍ମୁ-କାଶ୍ମୀରରେ ଧୋନୀ ସେନାଙ୍କ ସହ ୧୫ ଦିନ  ସମୟ କାଟିବେ । ଆସନ୍ତା ୩୧ରୁ ଅଗଷ୍ଟ ୧୫ ତାରିଖ ଯାଏଁ ୧୫ଦିନ ଧରି ଜମ୍ମୁ-କାଶ୍ମୀର ସୈନିକଙ୍କ ସହ ପାଟ୍ରୋଲିଂ ବି କରିବେ ବୋଲି ସୂତ୍ରରୁ  ସୂଚନା ମିଳିଛି।

{"id":137725}

ଏହି ସମୟରେ ସେ ୧୦୬ ଟେରିଟୋରିୟାଲ ଆର୍ମି ବାଟାଲିୟନର ‘ଭିକ୍ଟର ଫୋର୍ସ’ ସହ ୧୫ ଦିନ ଅତିବାହିତ କରିବେ । ଏହି ୟୁନିଟ ଏବେ କାଶ୍ମୀରରେ ମୁତୟନ ଅଛି । ଏଣୁ ଧୋନୀ ସୈନିକଙ୍କ ସାଙ୍ଗରେ ମିଶି ପାଟ୍ରୋଲିଙ୍ଗ କରିବା ସହ ଗାର୍ଡ ଓ ପୋଷ୍ଟ ଡ୍ୟୁଟି ମଧ୍ୟ କରିବେ ।

{"id":137726}

ପୂର୍ବରୁ ୩୮ ବର୍ଷିୟ ଧୋନୀ ଦୁଇ ମାସ ପାଇଁ କ୍ରିକେଟରୁ ଅନୁପସ୍ଥିତ ରହିବା ପାଇଁ ବିସିଆଇକୁ ଜଣାଇଥିଲେ ।ୱେଷ୍ଟଇଣ୍ଡିଜ ଗସ୍ତ ବେଳେ ମଧ୍ୟ ଧୋନୀ ଦଳରେ ରହିବେ ନାହିଁ । ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୧୧ ମସିହାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କ ମିଳିଥିଲା । ସେତେବେଳେ ତାଙ୍କୁ ଟୋରିଟୋରିଆଲ ଆର୍ମି ପକ୍ଷରୁ ସୈନ୍ୟ ଟ୍ରେନିଙ୍ଗ ମଧ୍ୟ ଦିଆଯାଇଥିଲା । ଏବେ କ୍ରିକେଟରୁ ବିରତି ନେଇ  ପାରାମିଲିଟାରୀ ଟ୍ରେନିଂ ନେବାକୁ ଧୋନୀ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅନୁମତି ଲୋଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.