'ଡିଜେ ୱାଲେ ବାବୁ' ଗାର୍ଲଙ୍କ ସହ ହେଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement, ଚର୍ଚ୍ଚାରେ ଥିଲେ ଏଲି

Published By : Prameya-News7 Bureau | January 01, 2020 IST

ବାଦଶାହଙ୍କ ଗୀତ 'ଡିଜେ ୱାଲେ ବାବୁ'ର ନାୟିକା ତଥା ଡ୍ୟାନସର ନତାସା ଷ୍ଟାନୋଭିକଙ୍କ ସହ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ଲାଗି ନିର୍ବନ୍ଧ ହୋଇଛି। ସର୍ବିଆର ଏହି ଯୁବତୀଙ୍କୁ ଦୀର୍ଘ ସମୟରୁ ହାର୍ଦ୍ଦିକ ଡେଟିଂ କରୁଥିଲେ। ପୂର୍ବରୁ ସେମାନଙ୍କୁ ଅନେକ ଥର ଏକାଠି ବି ଦେଖାଯାଇଛି। ତେବେ ସେମାନେ ପରସ୍ପର ଭଲ ବନ୍ଧୁ କହି ସମ୍ପର୍କକୁ ଟାଳିଯାଉଥିଲେ। ତେବେ ସେମାନେ ଇଂଷ୍ଟାରେ ପୋଷ୍ଟ କରିବା ପରେ ଖବର ବିଜୁଳି ଭଳି ଖେଳି ଯାଇଛି।

{"id":205532,"width":580,"height":641,"sizeSlug":"large"}

ନାତାସାଙ୍କ ପରିବାର କହିଲେ ତାଙ୍କ ପିତା ଗୋରାନ ଷ୍ଟାନୋଭିକ୍, ମା ରେଡମିଲା ଷ୍ଟାନୋଭିକ୍ ଓ ଭାଇ ନେନାଦ ଷ୍ଟାନୋଭିକ୍ ବୁଝାପଡନ୍ତି। ନିକଟରେ ହାର୍ଦ୍ଦିକ ନାତାସାଙ୍କୁ ତାଙ୍କ ପରିବାର ସହ ମିଳାଇଥିଲେ। ହାର୍ଦ୍ଦିକଙ୍କ ପରିବାର ବି ନାତାସାଙ୍କୁ ନେଇ ବେଶ୍ ଖୁସି ଥିବା ବେଳେ ଉଭୟ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ପ୍ରକାଶ ଝାଙ୍କ ଫିଲ୍ମ 'ସତ୍ୟାଗ୍ରହ'ରେ ନାତାସା ବଲିଉଡ୍ ଡେବ୍ୟୁ କରିଥିଲେ।

wp:html
View this post on Instagram

Starting the year with my firework ❣️

A post shared by Hardik Pandya (@hardikpandya93) on

/wp:html

କେବଳ ଅଭିନେତ୍ରୀ ନୁହଁନ୍ତି ନତାସା ଜଣେ ଭଲ ମଡେଲ ମଧ୍ୟ। ନୃତ୍ୟ ପ୍ରତି ତାଙ୍କର ବିଶେଷ ଋଚି ରହିଛି। ୨୦୧୦ ମସିହାରେ ସେ ମିସ୍ ସ୍ପୋର୍ଟସ୍ ଅଫ ସର୍ବିଆ ଟାଇଟଲ ବି ଜିତିଥିଲେ। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏଲି ଓବ୍ରାମ, ଉର୍ବସୀ ରୌତେଲା ଓ ମଡେଲ ଲିଶା ଶର୍ମାଙ୍କ ସହ ଆଫେୟାର ଥିବାର ଚର୍ଚ୍ଚା ହେଉଥିଲା। ତେବେ ନତାସା ଓ ପାଣ୍ଡ୍ୟା ସେମାନଙ୍କ ଏନଗେଜମେଣ୍ଟ ଖବର ଜଣାଇବା ପରେ ଏ ସବୁ ଚର୍ଚ୍ଚାରେ ଏବେ ବିରାମ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.