Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରାଜନୀତିରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ଗୌତମ ଗମ୍ଭୀର : ବିଜେପି ଟିକେଟରୁ ଦିଲ୍ଲୀରୁ ଲଢ଼ିବେ !

9/03/2019 at 2:52 PM

ଦିଲ୍ଲୀ ୯/୩ : ଭାରତୀୟ କ୍ରିକେଟ ଖେଳାଳୀ କ୍ରିକେଟ ମଇଦାନ ଛାଡି ରାଜନୀତିରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି | ଶୁକ୍ରବାର ଦିନ କ୍ରିକେଟ ଖେଳାଳୀ ଗୌତମ ଗମ୍ଭୀର ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ସେ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି | ଗମ୍ଭୀର ରାଜନୀତିରେ ପ୍ରବେଶ କରିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ | ପରବର୍ତ୍ତୀ ନିଷ୍ପତ୍ତି ଦଳର ହେବ ବୋଲି କହିଛନ୍ତି ଗମ୍ଭୀର |


ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ରାଷ୍ଟ୍ରବାଦ, ଦେଶପ୍ରେମ ଏବଂ ଭାରତୀୟ ସେନା ପ୍ରସଙ୍ଗରେ ସବୁବେଳେ ଗମ୍ଭୀର ଭାବେ ଚିନ୍ତାଧାରା ବ୍ୟକ୍ତ କରିଥାନ୍ତି | ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ୭ଟି ଆସନରେ ବିଜୟୀ ହେବ ବୋଲି ସେ ାଶା ପ୍ଦରକାଶ କରିଛନ୍ତି | ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦିଲ୍ଲୀର କିଛି ଆସନରେ ବିଜେପି ବିରୋଧୀ ଲହର ଦେଖିବାକୁ ମିଳିପାରେ ବୋଲି ବିଜେପି ଆଶଂକା କରୁଛି | ଏଭଳି ସ୍ଥିତିରେ ବିଜେପି ଭଲ ପ୍ରାର୍ଥୀ ଦେଖି ଆସନ ଦେବାକୁ ନିଷ୍ପତ୍ତି ନେଇଛି | ଯେଉଁ ପ୍ରାର୍ଥୀ ବିଜେପିକୁ ବିଜୟୀ କରି ପାରୁଥିବେ | ଏବେ ନୂଆ ଦିଲ୍ଲୀ ଆସନରୁ ସୁପ୍ରିମକୋର୍ଟ ଆଇନଜୀବୀ ମିନାକ୍ଷୀ ଲେଖି ବିଜେପି ସାଂସଦ ଅଛନ୍ତି |


ଗୌତମ ଗମ୍ଭୀରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ସେ ଏବେ ବିଜେପି ସହ ଯୋଗାଯୋଗରେ ଅଛନ୍ତି | ଗମ୍ଭୀର ଏବଂ ବିଜେପିର ବିଚାରଧାରା ମେଳ ଖାଉଛି ବୋଲି ସେ କହିଛନ୍ତି | ଦିଲ୍ଲୀ ଆସନରୁ ଗୌତମ ଲଢ଼ିବା ନେଇ ବିଜେପିର କିଛି ଆଗ ଧାଡିର ନେତା ଗମ୍ଭୀରଙ୍କ ସହ ଆଲୋଚନା କରିଛନ୍ତି | କ୍ରିକେଟ ପଡିଆରୁ ରାଜନୀତି ପଡିଆକୁ ଓହ୍ଲାଇବା ଏତେ ସହଜ ନୁହେଁ ବୋଲି କହିଛନ୍ତି ଗମ୍ଭୀରଙ୍କ ସମ୍ପର୍କୀୟ | ବହୁତ ଦିନ ଧରି ଚିନ୍ତା କରିବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି |


ଯେତେବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘର ଅଧ୍ୟକ୍ଷ ଥିଲେ ସେତେବେଳେ ଗମ୍ଭୀର ଦିଲ୍ଲୀ ରଣଜୀ ଟିମର ଅଧିନାୟକ ଥିଲେ | ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା | ଅରୁଣ ଜେଟଲୀ ଗମ୍ଭୀରଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି | ଗମ୍ଭୀରଙ୍କ ଘର ମଧ୍ୟ ଦିଲ୍ଲୀରେ | ସେଥିପାଇଁ ସେ ଦିଲ୍ଲୀ ଆସନରୁ ଲଢ଼ିବା ପାଇଁ ଇଛୁକ | ଦିଲ୍ଲୀରେ ୭ଟି ଆସନ ଅଛି କିନ୍ତୁ ଗମ୍ଭୀର ନୂଆ ଦିଲ୍ଲୀ ଆସନରୁ ଲଢ଼ିବା ପାଇଁ ଚାହୁଁଛନ୍ତି |


ସୂଚନାଯୋଗ୍ୟ ଯେ, ଏବେ ଦିଲ୍ଲୀର ଚାନ୍ଦିନୀ ଚୌକ ଆସନରୁ କେନ୍ଦ୍ରମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ଉତ୍ତର-ପୂର୍ବାଂଚଳ ଦିଲ୍ଲୀରୁ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ, ପୂର୍ବାଂଚଳ ଦିଲ୍ଲୀରୁ ମହେଶ ଗିରି, ଦକ୍ଷିଣ ଦିଲ୍ଲୀରୁ ରମେଶ ବେଧୂଡି, ଉତ୍ତର-ପଶ୍ଚିମାଞ୍ଚଳ ଦିଲ୍ଲୀରୁ ଉଦିତ ରାଜ, ନୂଆ ଦିଲ୍ଲୀରୁ ମିନାକ୍ଷୀ ଲେଖି ଏବଂ ପଶ୍ଚିମ ଦିଲ୍ଲୀରୁ ପ୍ରବେଶ ବର୍ମା ସାଂସଦ ଅଛନ୍ତି |

   Related Posts