ବିରାଟ କୋହଲୀଙ୍କ ‘କରୋନା ଫଣ୍ଡ’କୁ ଦାନ କରି ଫଶିଲେ ୟୁଜବେନ୍ଦ୍ର, ଟ୍ରୋଲ କରୁଛନ୍ତି ଫ୍ୟାନ୍

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯।୫: କରୋନା ବିରୋଧରେ ଭାରତର ଲଢେଇକୁ ଏବେ ସବୁ ସ୍ତରରୁ ସହଯୋଗର ସୁଅ ଛୁଟିଛି। ଏଥିରୁ କ୍ରିକେଟ ଜଗତ ମଧ୍ୟ ବାଦ ପଡିନି। ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲୀ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଲାଗି ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଦମ୍ପତ୍ତି ଏଥିରେ ୭ କୋଟି ଟଙ୍କା ସଂଗ୍ରହ ଲାଗି ଯୋଜନା କରିଥିବା ବେଳେ ଏପର୍ଯ୍ୟନ୍ତ ୩.୬ କୋଟି ଟଙ୍କା ସଂଗୃହୀତ ହୋଇଛି।

wp:embed {"url":"https://twitter.com/CricCrazyJohns/status/1391006480069890050","type":"rich","providerNameSlug":"twitter","responsive":true,"className":""}
https://twitter.com/CricCrazyJohns/status/1391006480069890050
/wp:embed

ଟିମ୍‌ରେ ବିରାଟଙ୍କ ନିକଟତମଙ୍କ ମଧ୍ୟରେ ସ୍ପିନ୍‌ ବୋଲର ୟୁଜବେନ୍ଦ୍ର ଚହଲ ମଧ୍ୟ ପାଣ୍ଠିକୁ ୯୫ ହଜାର ଟଙ୍କା ସହଯୋଗ କରିଛନ୍ତି। ତେବେ ତାଙ୍କର ଆର୍ଥିକ ସହଯୋଗ କଥା ଜଣାପଡିବା ପରେ ଫ୍ୟାନ୍ସ ୟୁଜବେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା  ଆରମ୍ଭ କରିଛନ୍ତି। ୟୁଜବେନ୍ଦ୍ରଙ୍କ ଦାନ ତାଙ୍କ ଫ୍ୟାନଙ୍କ ପସନ୍ଦ ହୋଇନି। କୋଟି କୋଟି ଟଙ୍କା ଆୟ କରୁଥିବା ଖେଳାଳି ମାତ୍ର ୯୫ ହଜାର ଟଙ୍କା ଦାନକରିବା ଅନେକ ପସନ୍ଦ କରିନାହାନ୍ତି। କେତେକ ଏଥିରେ ଗୋଟେ ଭେଣ୍ଟିଲେଟର ବି କିଣି ହେବନି ବୋଲି କିଏ  ଉଲ୍ଲେଖ କରିଥିବା ବେଳେ ଆଉ କିଏ କାହିଁକି ଦେଉଥିଲେ ନ ଦେଇଥିଲେ ବି ଚଳିଥାନ୍ତା ବୋଲି ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/CricCrazyJohns/status/1391006480069890050","type":"rich","providerNameSlug":"twitter","responsive":true,"className":""}
https://twitter.com/CricCrazyJohns/status/1391006480069890050
/wp:embed

ତେବେ କୋଭିଡ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସ୍‌ ଉଲ୍ଲେଖନୀୟ ଯୋଗଦାନ କରିଛି।   ଟିମ୍‌ ତାମିଲନାଡୁରେ ୪୫୦ଟି ଅକ୍ସିଜେନ କନସେନଟ୍ରେଟର ବିତରଣ କରିଛି। ଚେନ୍ନାଇ ସୁପରକିଙ୍ଗସ୍‌ ଲିମିଟେଡର ନିର୍ଦ୍ଦେଶକ ଆର.ଶ୍ରୀନିବାସନ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅକ୍ସିଜେନ କନସେନଟ୍ରେଟର ଅର୍ପଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.