Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ହୃଦଘାତରେ ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ, ଦ୍ରୁତ ବୋଲିଂ ପାଇଁ ଥିଲେ ଚର୍ଚ୍ଚାରେ

24/04/2021 at 6:38 PM

ନୂଆଦିଲ୍ଲୀ ୨୪/୪: ପତ୍ନୀ ଓ ୩ ପୁଅଙ୍କୁ ପର କରି ଆରପାରିକୁ ଚାଲିଗଲେ ହାଇଦ୍ରାବାଦର ଦ୍ରୁତ ବୋଲର ଅଶ୍ବିନ୍‌ ଯାଦବ । ହୃଦଘାତ ଯୋଗୁ ୩୩ ବର୍ଷୀୟ ଯାଦବଙ୍କ ପରଲୋକ ହୋଇଛି । ଅଶ୍ବିନଙ୍କ ନିଧନ ନେଇ ଖବର ଆସିବା ପରେ ବହୁ ବରିଷ୍ଠ ଖେଳାଳି ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଟିମ୍‌ର ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ଯାଦବଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ​‌

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ଅଶ୍ବିନ୍‌ ଯାଦବଙ୍କ ନିଧନ ଖବର ଶୁଣି ମୁଁ ମର୍ମାହତ। ସେ ଜଣେ ଖୁସ୍‌ ମିଜାଜ୍‌ ଏବଂ ଟିମ୍‌ ମ୍ୟାନ୍‌ ଥିଲେ। ଭଗବାନଙ୍କୁ ପ୍ରାର୍ଥନା କରୁଛି ଏଭଳି ସମୟରେ ପରିବାରକୁ ଭଗବାନ ସାହସ ଦିଅନ୍ତୁ। ଓମ୍‌ ଶାନ୍ତି। ଆପଣଙ୍କ ଅନୁପସ୍ଥିତି ଦୁଃଖ ଦେବ।’ ଅଫ୍‌ ସ୍ପିନର ବିଶାଳ ଶର୍ମା ତାଙ୍କ ସାଥି ଖେଳାଳି ଥିଲେ। ସେ କହିଛନ୍ତି, ଯାଦବଙ୍କ ମୁଁହରେ ସବୁ ବେଳେ ଖୁସୀ ଥିଲା। ସେ ଟିମ୍‌ ମ୍ୟାନ୍‌ ଥିଲେ ଏବଂ ସ୍ଥାନୀୟ ଲିଗ୍‌​‌ରେ ଖେଳୁଥିଲେ। ମୋତେ ବିଶ୍ବାସ ହେଉନାହିଁ କି ତାଙ୍କର ନିଧନ ହୋଇଛି।

ମୋହାଲିରେ ପଞ୍ଜାବ ବିପକ୍ଷରେ ୨୦୦୭ରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିବା ଯାଦବ ୧୪ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିଥିଲେ । ଏଥିରେ ୩୪ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉପ୍ପଲ ଷ୍ଟାଡିୟମ୍‌ରେ ୨୦୦୮-୦୯ରେ ଦିଲ୍ଲୀ ବିପକ୍ଷରେ ୫୨ ରନ୍‌ ଦେଇ ୬ ଓ୍ବିକେଟ୍‌ ନେଇଥିଲେ । ଯାହାକି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତାଙ୍କର ଶେଷ ରଣଜୀ ମ୍ୟାଚ୍‌ ୨୦୦୯ରେ ମୁମ୍ବାଇ ବିପକ୍ଷରେ ଥିଲା। ସେ ସ୍ଥାନୀୟ ଲିଗ୍‌ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ ଏବଂ ପରେ ଏସବିଆଇ ପକ୍ଷରୁ ଖେଳିଥିଲେ। ସେ ୧୦ଟି ଲିଷ୍ଟ ଏ ଏବଂ ଦୁଇଟି ଟି-୨୦ ମ୍ୟାଚ୍‌ ବି ଖେଳିଥିଲେ।

   Related Posts