ଓ୍ୱିମ୍ବଲଡନ୍ ବିଜୟିନୀ ଦିନେ ଥିଲେ କ୍ରିକେଟର, ବଡ ଟୁର୍ଣ୍ଣାମେଣ୍ଟ ବ୍ରିସବେନ୍ ହିଟ୍‌ରେ ଅଲରାଉଣ୍ଡର ଆସ୍ ବାର୍ଟି

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ,୧୩/୦୭:  ଅଷ୍ଟ୍ରେଲିଆର ଆସଲେ ବାର୍ଟି ଶନିବାର ଓ୍ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି । ଏହାସହ ଓ୍ୱିମ୍ବଲଡନ୍‌ର ନୂଆ କ୍ୱିନ୍ ହୋଇଛନ୍ତି ଆସଲେ। ଚେକ୍ ଗଣରାଜ୍ୟକର କାରୋଲିନା ପିଲିସକୋଊାକୁ ପରାସ୍ତ କରି ମହିଳା ସିଙ୍ଗଲ୍ସରେ ସେ ଟାଇଟଲକୁ ନିଜ ନାମରେ କରିଛନ୍ତି । ୬-୩,୬-୭ ଓ ୬-୩ର ବିଜୟ ସହ ଆସଲେ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଓ ପ୍ରଥମ ଓ୍ନିମ୍ବଲଡନ୍ ଟାଇଟଲ୍ ହାସଲ କରିଛନ୍ତି । ୧୯୯୬ରେ ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡରେ ଜନ୍ମିତ ଆସଲେ ୧୫ ବର୍ଷ ବୟସରେ ୨୦୧୧ରେ ଜୁନିଅର ଓ୍ୱିମ୍ବଲଡନ୍ ଚାମ୍ପିଅନ ହୋଇଥିଲେ ।

ଆସଲେ ଏବେ ଟେନିସ୍ ଷ୍ଟାର୍ ହୋଇଥିଲେ ବି କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ରହିଛି । ୭ ବର୍ଷ ତଳେ ୨୦୧୪ରେ ୟୁଏସ ଓପନରେ ବାଦ୍ ପଡିବା ପରେ ସେ ଖେଳରୁ ବିରତ୍ତି ନେବାକୁ ନିଷ୍ପତ୍ତି ନେଇତିଲେ । ୨୦୧୫ରେ ସେ ରାକେଟ୍ ଛାଡି ବ୍ୟାଟ୍ ଧରିଥିଲେ । ସେହି ସମୟରେ ତାଙ୍କର ଟେନିସ୍ ଏକକ ରାଙ୍କିଂ ୨୧୬ ଓ ଡବଲ୍ସ ରାଙ୍କିଂ ୪୦ ଥିଲା । ୨୦୧୫ରେ ସେ କ୍ରିକେଟରେ ଅଲରାଉଣ୍ଡର ଭାବେ ମହିଳା ବିଗ୍ ବାସ୍‌ରେ ବ୍ରିସବେନ୍ ହିଟ୍ ଓ କ୍ୱିନଲାଣ୍ଡ୍ ଓ୍ୱିମେନ୍ ତରଫରୁ ଖେଳିଥିଲେ । ଏହାପରେ ପୁଣି ୨୦୧୬ରେ ସେ ଟେନିସକୁ ଫେରିଥିଲେ ।

ତେବେ ଓ୍ୱିମ୍ବଲଡନ୍ ଚାମ୍ପିଅନ ହେବା ପରେ ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ଭିଭିଏସ ଲକ୍ଷ୍ମଣ ଆସଲେଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲକ୍ଷ୍ଣଣ ଟ୍ୱିଟରେ ଲେଖିଥିଲେ, ଆସଲେ ୨୦୧୬ରେ କ୍ରିକେଟ ଖେଳୁଥିଲେ । ଏବେ ୨୦୨୧ରେ ସେ ଓ୍ୱିମ୍ବଲଡନ୍ ଚାମ୍ପିଅନ ଅଟନ୍ତି ।

ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲରେ କରୋଲିନାଙ୍କ ଦ୍ୱିତୀୟ ପରାଜୟ

୫ ବର୍ଷରେ ମହିଳା ସିଙ୍ଗଲ୍ସରେ ଓ୍ୱିମ୍ବଲଡନ ଫାଇନାଲରେ ପହଁଚିଥିବା କରୋଲିନା ୨୦୧୬ରେ ୟୁଏସ ଓପନ ଫାଇନାଲରେ ପହଁଚିଥିଲେ । ଏହି ମୁକାବିଲାରେ ସେ ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କଠୁ ପରାସ୍ତ ହୋଇଥିଲେ । ଏହାପରେ ୨୦୨୧ରେ ସେ ଓ୍ୱିମ୍ବଲଡନ ଫାଇନାଲରେ ପରାସ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.