Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଶ୍ୱକପ୍ କ୍ରିକେଟ ପ୍ରମୋସନ ଲାଗି ଖେଳାଳି ଓ ସୁପରମଡେଲଙ୍କୁ ନେଇ ଏମିତି ବି ହୋଇଥିଲା ଫଟୋ ସୁଟ୍

25/08/2019 at 5:55 PM

ପ୍ରଚାର ପାଇଁ ଆଜିକାଲି କେତେକଣ କରାଯାଉଛି। ହେଲେ ୧୯୯୯ ମସିହା ବିଶ୍ୱକପ୍ କ୍ରିକେଟ ପ୍ରଚାର ଲାଗି ହୋଇଥିବା ଏକ ଫଟୋ ସୁଟ୍ ଏବେ ସମସ୍ତଙ୍କୁ ଚକିତ କରିଛି। ତତ୍କାଳୀନ ଆମେରିକୀୟ ସୁପରମଡେଲ ଓ କ୍ରିକେଟ ଖେଳାଳିଙ୍କୁ ନେଇ ଏହି ଫଟୋ ସୁଟ୍ ହୋଇଥିବା ବେଳେ ମଡେଲଙ୍କୁ ଖେଳାଳି କୋଳରେ ଉଠାଇଥିବା ଦେଖାଯାଇଛି। ଦୀର୍ଘ ବର୍ଷ ପରେ ଟ୍ୱିଟରରୁ ଏହି  ଫଟୋଟି ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୧୯୯୯ ବିଶ୍ୱକପ୍ କୁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଆୟର୍ଲାଣ୍ଡ,ନେଦରଲ୍ୟାଣ୍ଡ  ଓ ୱେଲସ ମିଳିତ ଆୟୋଜନ କରିଥିଲେ। ତତ୍କାଳୀନ ଆମେରିକୀୟ ସୁପରମଡେଲ କୈପ୍ରିସ୍ ଙ୍କୁ  ବିଶ୍ୱକପର ପ୍ରଚାର ଲାଗି ମନୋନୀତ କରାଯାଇଥିଲା। ଏଥିଲାଗି ୧୯୯୮ ମସିହାରେ ଫୋଟସୁଟ୍ କରାଯାଇଥିବା ବେଳେ ଟ୍ରାକ୍ ସୁଟ୍ ରେ କୈପ୍ରିସଙ୍କୁ ଜର୍ଜ ସାଲମଣ୍ଡ, ସକଲୈନ ମୁସ୍ତାକ, ଏଡମ ହେଲିଓକ୍, ଏଲେର ଷ୍ଟିବର୍ଟ, ଫ୍ରେଙ୍କଲିନ ରୋଜ ଓ ଷ୍ଟୁଆର୍ଟ ଲ ପ୍ରମୁଖ କୋଳରେ ଉଠାଇ ରଖିଥିବା ଦେଖାଯାଇଥିଲା।

ଏହି ବିଶ୍ୱକପ୍ ରେ ପାକିସ୍ତାନ ଫାଇନାଲରେ ପହଞ୍ଚିଥିଲା। ଅଷ୍ଟ୍ରେଲିଆ ୮ ୱିକେଟ୍ ରେ ପାକିସ୍ତାନକୁ ହରାଇ ଦ୍ୱିତୀୟବାର ବିଶ୍ୱକପ୍ ଟାଇଟଲ ବିଜୟୀ ହେବାର ସୌଭାଗ୍ୟ ପାଇଥିଲା। ମଡେଲ  କୈପ୍ରିସ ୧୯୯୬ ମସିହାରେ ଇଂଲଣ୍ଡକୁ ଚାଲିଆସିଥିଲେ। ଏଥିରେ ତାଙ୍କୁ ବିଶ୍ୱକପ୍ କ୍ୟମ୍ପେନରେ ସାମିଲ କରାଯିବା ତାଙ୍କ କ୍ୟାରିୟରକୁ ସେତେବେଳେ ବେସ ପ୍ରମୋଟ କରିଥିଲା। ତାଙ୍କୁ ୧୯୯୬, ୯୭ ଓ ୯୮ ମସିହାରେ ବ୍ରିଟିଶ ଜାତୀୟ ଟେଲିଭିଜନ ମଧ୍ୟ ସମ୍ମାନୀତ କରିଥିଲା। ଏତେ ଦିନ ପରେ ଯଦିଓ ଫଟୋସୁଟ୍ କୁ ନେଇ ଲୋକେ ଆଖି ଟେକୁଛନ୍ତି କିନ୍ତୁ ସେତେବେଳେ ବିଶ୍ୱକପ୍ ପ୍ରଚାରରେ ବେଶ ସହାୟକ ହୋଇଥିଲା।

   Related Posts