କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା

Published By : Prameya-News7 Bureau | June 07, 2019 IST

ଲଣ୍ଡନ ୭|୬: କ୍ରିକେଟ୍ ବିଶ୍ବକପରେ ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ଭିତରେ ମୁକାବିଲା । ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରି ବିଜୟୀ ହୋଇଥିବା ପାକିସ୍ତାନର ମନୋବଳ ଦୃଢ ରହିଛି । ସେପଟେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବରେ ହାରିବା ପରେ ଦ୍ବିତୀୟ ଆଫଗାନିସ୍ତାନକୁ ହରାଇଛି । ଏହି ଦୁଇ ଏସୀୟ ପାୱାରହାଉସ ଭିତରେ ଆଜି ଟକ୍କର ହେବ । ବିଶ୍ବକପ୍ ଇତିହାସ ଦେଖିବାକୁ ଗଲେ ପାକିସ୍ତାନ ଶ୍ରୀଲଙ୍କାକୁ ସମସ୍ତ ୭ଥର ହରାଇଛି । ତେଣୁ ପାକିସ୍ତାନ ସପକ୍ଷରେ ରହିଛି ରେକର୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.