Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ନ୍ୟୁଜିଲାଣ୍ଡ ସହ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ଅଷ୍ଟ୍ରେଲିଆର ଟକ୍କର

1/06/2019 at 11:21 AM

ଲଣ୍ଡନ ୧|୬: ଆଜି ବିଶ୍ୱକପ୍ କ୍ରିକେଟର ତୃତୀୟ ଦିନରେ ରହିଛି ୨ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା । ଦ୍ବିତୀୟ ମ୍ୟାଚରେ ଶକ୍ତିଶାଳୀ ଅଷ୍ର୍ଟ୍ରେଲିଆକୁ ଭେଟିବ ଆଫଗାନିସ୍ତାନ । ଏବେ  ସୁଦ୍ଧା ନ୍ୟୁଜିଲାଣ୍ଡ ପାଇଁ ବିଶ୍ବକପ୍ ସ୍ବପ୍ନ ହୋଇ ରହିଛି । ହେଲେ ଏଥର କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ବେଶ୍ ସନ୍ତୁଳିତ । ଗୁପ୍ଟିଲ, ମୁନରୋ, କେନ୍ ୱିଲିୟମସନ୍, ରସ୍ ଟେଲର ଓ ଲାଥମ୍  ଙ୍କୁ ନେଇ ଟିମର ବ୍ୟାଟିଂ ଲାଇନ୍ ବେଶ ମଜବୁତ୍ । ସେହିପରି ବୋଲିଂ ସମ୍ଭାଳିବେ ଟିମ୍ ସାଉଦି ଏବଂ ବୋଲ୍ଟ । ୱାର୍ମ ଅପ୍ ମ୍ୟାଚରେ ଶକ୍ତିଶାଳୀ ଭାରତକୁ ହରାଇଥିବାରୁ ନ୍ୟୁଜିଲାଣ୍ଡର ମନୋବଳ ବେଶ୍ ଉଚ୍ଚା ରହିବ । ସେପଟେ ଶ୍ରୀଲଙ୍କା ପାଇଁ ବ୍ୟାଟିଂ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ତେବେ ମାଲିଙ୍ଗା, ନୁଆନ୍ ପ୍ରଦୀପ , ସୁରଙ୍ଗା ଲାକମଲଙ୍କୁ ନେଇ ବୋଲିଂ ସନ୍ତୁଳିତ ରହିବ ।

ସେପଟେ ଆଜି ମୁହାମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ବ୍ରିଷ୍ଟଲ୍ ଗ୍ରାଉଣ୍ଡରେ କଙ୍ଗାରୁ ଟିମକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ଆଫଗାନିସ୍ତାନ ଟିମ୍ । ଅଭ୍ୟାସ ମ୍ୟାଚରେ ପାକିସ୍ତାନ ଓ ଶ୍ରୀଲଙ୍କା ପରି ଟିମକୁ ପରାସ୍ତ କରିଛି ଆଫଗାନିସ୍ତାନ । ଟିମ୍  ରେ ଅଛନ୍ତି ମହମ୍ମଦ ସେହଜାଦଙ୍କ ପରି ବ୍ୟାଟସ ମ୍ୟାନ୍ । ରସିଦ୍ ଖାନ୍ ଓ ମହମ୍ମଦ ନବିଙ୍କ ପରି ମ୍ୟାଚ୍ ୱିନିଂ ବୋଲର । ତେଣୁ ୫ ଥର ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚକୁ ହାଲକାରେ ନେବନି ନିଶ୍ଚୟ ।

   Related Posts