Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦିଓ୍ୱାଲୀ ଟିପ୍ସ ଦେଇ ଫସିଗଲେ ବିରାଟ, ଟ୍ୱିଟରରେ ଭିଡିଓ ସେୟାର ପରେ ଟ୍ରୋଲ ହେଲେ କୋହଲି

18/10/2021 at 3:00 PM

ନୂଆଦିଲ୍ଲୀ ୧୮/୧୦: ବିବାଦ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପିଛା ଛାଡୁନି । ସେ ଆଇପିଏ ହେଉ ଅବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଏବେ ପୁଣି ଗୋଟି ନୂଆ ବିବାଦର ଶିକାର ହୋଇଛନ୍ତି କୋହଲି । ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର ପରେ ସେ ଏବେ ଟ୍ରୋଲରଙ୍କ ଟାର୍ଗେଟରେ । ଗତ କିଛି କିଛି ଦିନ ତଳେ ସେ ସାଧାରଣ ଲୋକଙ୍କୁ ଦୀପାବଳି ପାଳନ କରିବା ନେଇ କିଛି ଟିପ୍ସ ଦେଇଥିଲେ ।

ତାଙ୍କର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେ ଏହି ଭିଡିଓ ସେୟାର କରିଥିଲେ । ପ୍ରଶଂସକଙ୍କୁ ସେ ଦୀପାବଳି ଶୁଭେଚ୍ଛା ଦେବା ସହ ସଚେତନତା ନେଇ ଭିଡିଓ ସେୟାର କରିଥିଲେ । ଭିଡିଓରେ ଟିମ୍ ଇଣ୍ଡିଆର ଅଧିନାୟକ କହିଥିଲେ କି, ଯେ କରୋନା ପାଇଁ ଗତ ବର୍ଷେ ହେବ ଭାରତ ତଥା ବିଶ୍ୱର ଲୋକଙ୍କ ପାଇଁ ବହୁତ କଷ୍ଟ ସହିବାକୁ ପଡିଛି । ଅନେକ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଛି ।

ଯେଉଁଥିପାଇଁ ଆମେ କୌଣସି ପର୍ବ ପର୍ବାଣୀ ପାଳନ କରିପାରୁନୁ । ହେଲେ ଏବେ ଦେଶରେ ସମସ୍ତେ ଉତ୍ସାହର ସହିତ ଦୀପାବଳି ପାଳିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିରାଟ କେମିତି ପରିବାର ଏବଂ ସାଙ୍ଗ ମାନଙ୍କ ସହ ଭଲରେ ଦୀପାବଳି ମନେଇପାରିବେ ସେନେଇ ଏକ ଟିପ୍ସ ଦେଇଥିଲେ । ତେବେ ବିରାଟଙ୍କର ଏଭଳି ଟ୍ୱିଟ୍‌ ପରେ ବିରାଟଙ୍କୁ ପସନ୍ଦ କରୁନଥିବା ଲୋକେ ଏହାକୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

   Related Posts