ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ନାରାୟଣ ସ୍ପୋର୍ଟିଂ ଚାମ୍ପିଅନ

Published By : Prameya-News7 Bureau | January 28, 2022 IST

ପୁରୀ ୨୮/୦୧: ପୁରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର କମିଟି ଆନୁକୂଲ୍ୟରେ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ନାରାୟଣ ସ୍ପୋର୍ଟିଙ୍ଗ ଚାମ୍ପିଅନ ହୋଇଛି । ଚାମ୍ପିଅନ ଦଳକୁ କମିଟି ପକ୍ଷରୁ ନଗଦ ୧୫ ଅର୍ଥ ରାଶି ସହ ଟ୍ରଫି ଦିଆଯାଇ ପୁରସ୍କୃତ କରାଯାଇଛି ।

ସେହିପରି ରନର୍ସ ଅଫ କପୁଲ୍ସ ଦଳକୁ ୯ହଜାର ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ତନୁଜ କୁମାର ରାଉତ, ଅଭିଜିତ ତୋସ୍, ସମାଜସେବୀ ସଂଯୁକ୍ତା ଜେନା ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.