Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମାତ୍ର ୧୪ ରନରେ ୮ ଓ୍ବିକେଟ ହରାଇ ସଙ୍କଟରେ ପଡିଥିଲା ଦଳ, ଧୂଆଁଧାର ଶତକ ମାରି ମ୍ୟାଚ୍‌ ଜିତାଇଲେ ବ୍ୟାଟ୍ସମ୍ୟାନ୍‌

25/07/2021 at 9:52 PM

ନୂଆଦିଲ୍ଲୀ ୨୫/୭: ଟି-୨୦ର ଏକ ରୋମାଞ୍ଚକର ମୁକାବିଲାରେ ବେଲଜିୟମ୍‌ ଅଷ୍ଟ୍ରିଆକୁ ୧୨ ରନ୍‌ରେ ପରାସ୍ତ କରିଛି। ବେଲଜିୟମ୍‌ ଗୋଟିଏ ସମୟରେ ୧୪ ରନ୍‌ରେ ୮ ଓ୍ବିକେଟ ହରାଇଦେଇଥିଲା। ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବିର ଜାଖିଲ୍‌ ଅପରାଜିତ ଶତକ ମାରି ଟିମ୍‌କୁ ରୋମାଞ୍ଚକର ବିଜୟୀ କରିଛନ୍ତି । ଏହା ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଥିଲା।

ବିଜୟ ସହ ବେଲଜିୟମ୍‌ ୩ ମ୍ୟାଚ୍‌ର ସିରିଜ୍‌କୁ ୨-୦ ଜିତିବା ସହ ଆଗୁଆ ହୋଇଛି। ମ୍ୟାଚ୍‌ରେ ଅଷ୍ଟ୍ରିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ରୁତ ବୋଲର ଆକିବ ଇକବଲ୍‌ ୫ ଏବଂ ସାହିଲ ମୋମିନ୍‌ ଦୁଇଟି ଓ୍ବିକେଟ ନେଇ ବେଲଜିୟମକୁ ଶକ୍ତ ଝଟକା ଦେଇଥିଲେ। ବେଲଜିୟମ୍‌ ଟିମ୍‌ ୫.୫ ଓଭରରେ ୧୪ ରନ୍‌ରେ ୮ ଓ୍ବିକେଟ ହରାଇଥିଲା। କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏମିତି ଲାଗିଲା ଯେ, ବେଲଜିୟମ ଟିମ୍‌ ୨୦ ରନ୍‌ ମଧ୍ୟ କରିପାରିବ ନାହିଁ।

ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ସାବିଲ ଜାଖିଲ। ସେ ଯାହା କଲେ ତାହା ଅମିଶ୍ବଶନୀୟ ଥିଲା। ୪୭ ବଲ୍‌ରେ ଜାଖିଲ ଶତକ ମାରିବା ସହ ଦଳକୁ ଜିତାଇଥିଲେ। ତାଙ୍କୁ ସାଥ୍‌ ଦେଇଥିଲେ ସକଲୈନ ଅଲୀ(୨୬)। ସେ ମଧ୍ୟ ନଟଆଉଟ ଥିଲେ। ୧୩୨ ରନ୍‌ ପାର୍ଟନରସିପ୍‌ କରିବା ସହ ବେଲଜିୟମକୁ ବିଜୟୀ କରିଥିଲେ ଜାଖିଲ ଏବଂ ଅଲୀ।  

ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରିଆ ଟିମ୍‌ କେବଳ ୬.୧ ଓଭରରେ ୩୭ ରନ୍ କରିବା ସହ ୩ ଓ୍ବିକେଟ ହରାଇଥିଲା। ଏହା ପରେ ବର୍ଷା ହେବାରୁ ଖେଳ ବନ୍ଦ ହୋଇଥିଲା। ଡକଓ୍ବର୍ଥ ଲୁଇସି (ଡିଏଲ) ନିୟମ ଅନୁସାରେ ବେଲଜିୟମ ଟିମ୍‌କୁ ୧୨ ରନ୍‌ରେ ବିଜୟୀ ଘୋଷଣା କରାଗଲା। ଏହା ପୂର୍ବ ମ୍ୟାଚ୍‌ରେ ବେଲଜିୟମ ଅଷ୍ଟ୍ରିଆକୁ ୭ ଓ୍ବିକେଟରେ ହରାଇଥିଲା। ସେହି ମ୍ୟାଚ୍‌ରେ ଅଷ୍ଟ୍ରିଆ ୭ ଓ୍ବିକେଟ ବିନିମୟରେ ୧୯୫ ରନ୍‌ କରିଥିଲା ।

   Related Posts