Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ

18/05/2021 at 7:47 PM

ନୂଆଦିଲ୍ଲୀ ୧୮।୦୫: ନିଜର ବିସ୍ଫୋରକ ବ୍ୟାଟିଂରେ ପ୍ରଶଂସକଙ୍କ ହୃଦୟ ଜିତିଥିବା ମିଷ୍ଟର ୩୬୦ ଅର୍ଥାତ ଏବି ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ। ମଙ୍ଗଳବାର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହି ଦୁଃଖ ଖବର ଦେଇଛି କ୍ରିକେଟ୍ ସାଉଥ ଆଫ୍ରିକା। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ କହିଛି ଯେ, ଏବି ଡିଭିଲିୟର୍ସ ସ୍ପଷ୍ଟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ମନା କରି ଦେଇଛନ୍ତି। ସେ ଆଗାମୀ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ଯିବାକୁ ମନା କରି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ୨ଟି ଟେଷ୍ଟ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ବ। ଏହି ଗସ୍ତ ଜୁନ ୧୦ରୁ ଆରମ୍ଭ ହେବ।

ଚର୍ଚ୍ଚା ଚାଲିଥିଲା ଯେ, ଡିଭିଲିୟର୍ସ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ। ଦକ୍ଷିଣ ଆଫ୍ରିକା ଏହାକୁ ନେଇ ଏବି ଡିଭିଲିୟର୍ସଙ୍କ ସହ ଆଲୋଚନା କରିଥିଲେ। ମାତ୍ର ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମେ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ଡିଭିଲିୟର୍ସ କହିଥିଲେ ଯେ, ସେ ଏବେ ବହୁତ ଥକି ଗଲେଣି ଏବଂ ବିଶ୍ରାମ ନେବାକୁ ଚାହୁଁଛନ୍ତି। ୨୦୧୯ ବିଶ୍ଵ କପ୍ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। କିନ୍ତୁ ପରେ ଡିଭିଲିୟର୍ସ ୨୦୧୯ ବିଶ୍ଵକପ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ସେହି ସମୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା।

ଡିଭିଲିୟର୍ସ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ମୋଟ୍ ୪୭ ଶତକ ଅର୍ଜନ କରିଛନ୍ତି। ୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମଧ୍ୟ ଡିଭିଲିୟର୍ସ ଆଜି ମଧ୍ୟ ଆଇପିଏଲ୍‌ରେ ନିଜ ଦମରେ ଦଳକୁ ଜିତାଉଛନ୍ତି।

   Related Posts