ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ, ଫେରିଲେ ରାବାଡା ଏବଂ ନୋର୍ଟେ

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨ : ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଡିସେମ୍ବର ୧୭ ତାରିଖରୁ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିଲା । କିନ୍ତୁ ସେଠାରେ ଓମିକ୍ରନ୍‌ କରୋନା ଭ୍ୟାରିଆଣ୍ଟ କାରଣରୁ ୧୭ ବଦଳରେ ଡିସେମ୍ବର ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଟିମ ଘୋଷଣା କରିଛି ଘରୋଇ ଦଳ । ଡିନ୍‌ ଏଲଗାରଙ୍କୁ ଦଳ ଅଧିନାୟକ କରିଥିବା ବେ​ଳେ ଉପଅଧିନାୟକ ଭାର ସମ୍ଭାଳିବେ ଟେମ୍ବା ବାବୁମା । ଦଳରେ ସିସାଣ୍ଡା ମଗାଲ ଏବଂ ରିୟାନ ରିକେଲ୍ଟନ୍‌ଙ୍କୁ ନୂଆକରି ସ୍ଥାନ ମିଳିଛି । ଏହା ସହିତ ଦଳରେ ଡୁଏନ୍‌ ଓଲିଓ୍ବିୟରଙ୍କୁ ମଧ୍ୟ ସ୍ଥାନ ମିଳିଛି । ଯିଏକି ଶେଷ ଟେଷ୍ଟ ମ୍ୟାଚ ୨୦୧୯ରେ ଖେଳିଥିଲେ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ର ମଧ୍ୟ ଅଂଶ ରହିବ । ଭାରତୀୟ ଦଳ ଡିସେମ୍ବର ୧୬ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରେ । କାରଣ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେ​ଳେ ଚିନ୍ତାର କାରଣ ପାଲଟିଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ । ତେଣୁ ଟିମ ଇଣ୍ଡିଆ ପକ୍ଷରୁ ତଥାପି ଗସ୍ତ ପାଇଁ ସହମତି ପ୍ରକାଶ ପାଇଛି । ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ଖେଳାଯିବାକୁ ଥିବାବେଳେ କୋଭିଡ୍‌ କାରଣରୁ ଟି-୨୦ ସିରିଜ୍‌କୁ ବାଦ୍ ଦିଆଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୨୬ ରୁ ୩୦ ତାରିଖ ମଧ୍ୟରେ  ସେଞ୍ଚୁରିୟାନରେ ଖେଳାଯିବ ଏବଂ ଦ୍ବିତୀୟ ମ୍ୟାଚ ଜାନୁୟାରୀ ୩ ରୁ ୭ ତାରିଖ ମଧ୍ୟରେ ଜୋହାନ୍ସବର୍ଗରେ ଖେଳାଯିବ ।

ଘୋଷଣା ହୋଇଥିବା ଦଳ : ଡିନ୍‌ ଏଲଗାର (ଅଧିନାୟକ), ଟେମ୍ବା ବାବୁମା, କ୍ୱିଣ୍ଟନ୍ ଡି କକ୍, କାଗିସୋ ରାବାଡା, ସରେଲ୍ ଏର୍ବୀ, ବ୍ୟୁରେନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ଆଡେନ ମାର୍କ୍ରାମ, ଭିୟାନ ମଲ୍ଡର, ଏନରିଚ୍ ନର୍ଟେ, କିଗାନ ପିଟରସନ, ରୈସୀ ଭାନ ଡର ଡସେନ, କାଇଲ ଭରେନେ, ମାର୍କୋ ଜନସନ୍, ପ୍ରେନେଲିନ୍ ସୁବ୍ରାୟନ୍, ସିସାଣ୍ଡା ମଗାଲା, ରିୟାନ୍ ରିକେଲଟନ୍, ଡୁଏନ୍ ଅଲିଭିଆର୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.