ପୁରୁଷ ଖେଳାଳିଙ୍କ ସହ ଲିଗ୍ ମ୍ୟାଚ୍ ଖେଳି ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦/୦୬ : ଭାରତୀୟ ମହିଳା କ୍ରିକେଟ ଖେଳାଳି ଶ୍ରନ୍ୟା ସଦାରଙ୍ଗାନି କ୍ରୀଡା ଜଗତରେ ଇତିହାସ ରଚନା କରିଛନ୍ତି | ୨୦୨୦ ୟୁରୋପିଆନ କ୍ରିକେଟ ସିରିଜ ଟି-୧୦ ଲିଗରେ ଖେଳିଥିବା ପ୍ରଥମ ମହିଳା ଖେଳାଳି | ସେ କେଏସବି କ୍ରିକେଟ କ୍ଲବ ତରଫରୁ ପିଏସପି ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ | ତାଙ୍କ ଟିମ୍ ୫ ୱିକେଟରେ ହାରି ଯାଇଥିଲା | ସଦାରଙ୍ଗାନିଙ୍କ ଟିମ ୮ ଓଭରରେ ୫୩ ରନ କରି ୯ ୱିକେଟ୍ ହରାଇଥିଲେ | ସେ ଶେଷ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ | କିନ୍ତୁ ସେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ | ସେ ରନ୍ ଆଉଟ୍ ହୋଇଯାଇଥିଲେ | ତାଙ୍କ ଟିମ ୮ ଓଭରରେ ୫୩ ରନ କରିଥିଲା |

{"id":293780,"sizeSlug":"large"}

ୱିକେଟ୍ କ୍ୱିପିଙ୍ଗରେ ସେ କମାଲ କରିଛନ୍ତି | ସେ ବ୍ୟାଟ୍ସମ୍ୟାନ ଆଦିଲ ଅହମଦଙ୍କ କ୍ୟାଚ୍ ଧରି ତାଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ | ଏହି ମ୍ୟାଚରେ ଜେଣ୍ଡରର କିଛି ମହତ୍ୱ ନାହିଁ | ଏହି ମହିଳା କ୍ରିକେଟ୍ ଖେଳାଳି ନିଜ ଦକ୍ଷତା ଅନୁଯାୟୀ ପୁରୁଷ ଟିମରେ ସାମିଲ ହୋଇଥିଲେ | ସେ ୨୦୧୨ ରେ ବେଦା କୃଷ୍ଣମୁର୍ତ୍ତିଙ୍କ ସହିତ କର୍ଣ୍ଣାଟକ ଅଣ୍ଡର ୧୯ ଟିମରେ ସାମିଲ ହୋଇଥିଲେ | ଡିସିବିର ସିଇଓ ବ୍ରାୟନ୍ ମେଣ୍ଟଲ୍ କହିଛନ୍ତି ଯେ ସାରୁ ଜଣେ ବହୁତ ଭଲ ଖେଳାଳି | ସେ ଜର୍ମାନୀରେ ମହିଳା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଲଗାତାର ଯୋଗଦାନ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.