Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରଥମ ଦୁଇଟି ଟେଷ୍ଟ୍ ଖେଳିବେନି ସାମି ଓ ଯାଦବ, ବ୍ୟାକଫୁଟ୍‌ରେ ରହିବ କି ଟିମ୍ ଇଣ୍ଡିଆ ?

30/01/2021 at 10:30 AM

ନୂଆଦିଲ୍ଲୀ,୩୦/୦୧: ଇଂଲଣ୍ଡ ବିପକ୍ଷରେ ଫେବ୍ରୁଆରୀ ୫ ତାରିଖରୁ ଟେଷ୍ଟ୍ ସିରିଜ ଖେଳିବ ଭାରତ । ଭାରତ ଘରୋଇ ପରିବେଶରେ ଖେଳୁଥିବାରୁ ଫାଇଦାର ରହିବ ବୋଲି କୁହାଯାଉଛି । ତେବେ ଦଳରେ ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଅଭାବ ପରିଲକ୍ଷିତ ହେବ । ଦଳରେ ଭାରତୀୟ ଦ୍ରୁତ ବୋଲର ଘାତକ ସାବ୍ୟସ୍ତ ହେବେ । କିନ୍ତୁ ଏହି ଦୁଇ ଖେଳାଳି ଆହତଜନିତ ସମସ୍ୟା ପାଇଁ ପ୍ରଥମ ଦୁଇଟି ଟେଷ୍ଟରେ ଦଳରୁ ଦୂରରେ ରହିଛନ୍ତି ।

୨୦୧୨-୧୩ରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୨-୧ରେ ସିରିଜ ହାତେଇଥିଲା । ଇଂଲଣ୍ଡ ବୋଲର ମଣ୍ଟି ପାନେସର ଓ ଗ୍ରେମ୍ ସ୍ୱାନ୍ ଅଧିକ ଓ୍ୱିକେଟ୍ ନେଇଥିଲେ । ଜେମ୍ସ ଆଣ୍ଡରସନ୍ ୪ଟି  ଟେଷ୍ଟରେ ୧୨ ଓ୍ୱିକେଟ୍ ନେଇଥିଲେ । ଆସନ୍ତା ସିରିଜରେ ଆଣ୍ଡରସନ୍ ପ୍ରଥମ ଦୁଇଟି ଟେଷ୍ଟରୁ ଅତିକମରେ ଗୋଟିଏ ଟେଷ୍ଟରେ ଖେଳିବେ । ଦଳ ପାଖରେ ଷ୍ଟୁଆର୍ଟ ବ୍ରଡ୍ ଓ ଜୋଫ୍ରା ଆର୍ଚରଙ୍କ ଭଳି ବେଲାର ଅଛନ୍ତି । ବେନ୍ ଷ୍ଟୋକ୍ସ ମଧ୍ୟ ରିଭର୍ସ ସ୍ୱିଂ କରିବାରେ ଓସ୍ତାଦ । ଅନ୍ୟଦିଗରେ ଭାରତ ପକ୍ଷରୁ ଜସପ୍ରିତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଶର୍ଦ୍ଦୁଳ ଠାକୁର ଅଛନ୍ତି । କିନ୍ତୁ ପ୍ରଥମ ଦୁଇଟି ଟେଷ୍ଟ ସାମି ଓ ଉମେଶ ଖେଳିବେ ନାହିଁ ।

ଇଂଲଣ୍ଡ ବ୍ୟାଟିଂ କୋଚ୍ ଗ୍ରାହମ୍ ଥୋର୍ପ କହିଛନ୍ତି ଯେ, ଭାରତୀୟ ପିଚରେ ସ୍ୱିଂଗ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ରିଭର୍ସ ସ୍ୱିଂ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବ । ପ୍ରଥମ ଇନିଂସରେ ଓ୍ୱିକେଟରେ ଟର୍ଣ୍ଣ ମିଳିପାରେ । ଯାହା ବୋଲରଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ନେବ । ତେବେ ଜେମ୍ସ ଆଣ୍ଡରସନଙ୍କ ଉପସ୍ଥିତି ଓ ସାମି ଓ ଯାଦବଙ୍କ ଅନୁପସ୍ଥିତି ଭାରତ ପାଇଁ ଅଡୁଆ ସୃଷ୍ଟି କରିପାରେ ।

୨୦୧୬ରେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଦଳ ପାଇଁ ଅଡୁଆ ସୃଷ୍ଟି କରିଥିଲେ ଉମେଶ ଯାଦବ ଓ ମହମ୍ମଦ ସାମି । ଉଭୟ ୧୮ଟି ଓ୍ୱିକେଟ୍ ନେଇଥିଲେ । ତେବେ ଭାରତୀୟ ସ୍ପିନର ୬୮ ଓ୍ୱିକେଟ୍ ନେଇଥିଲେ । ତେବେ ଆଣ୍ଡରସନ୍ ତିନୋଟି ଟେଷ୍ଟରେ ମାତ୍ର ୪ ଓ୍ୱିକେଟ୍ ନେଇଥିଲେ ।  

   Related Posts