Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କୋହଲିଙ୍କ ଜବରଦସ୍ତ ଫ୍ୟାନ୍ ପାକିସ୍ତାନର ଝିଅ: କହୁଛନ୍ତି ଦୟାକରି ମୋତେ ବିରାଟଙ୍କୁ ଦିଅନ୍ତୁ

5/06/2021 at 1:19 PM

ନୂଆଦିଲ୍ଲୀ ୦୫/୦୬: ବିରାଟ କୋହଲି ବର୍ତ୍ତମାନ ଦୁନିଆର ସର୍ବୋତ୍ତମ କ୍ରିକେଟରଙ୍କ ମଧ୍ୟରୁ ଜଣେ । ଭାରତ ବ୍ୟତୀତ ପାକିସ୍ତାନରେ ଅଧିନାୟକ କୋହଲିଙ୍କ ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ପାକିସ୍ତାନୀ ଝିଅଅ ରିଜଲା ରେହାନ ମଧ୍ୟ ଭାରତୀୟ ଅଧିନାୟକଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ରିଜଲା ରେହାନ୍ ୨୦୧୯ ବିଶ୍ୱକପ୍ ରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

୨୦୧୯ ବିଶ୍ୱକପ ସମୟରେ ରିଜଲା ରେହାନଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ସେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ତରଫରୁ କି ଉପହାର ଦେବାକୁ ଚାହୁଁଛନ୍ତି । ତା’ପରେ ରିଜଲା କହିଥିଲେ, ‘ମୋତେ ବିରାଟ ଦିଅ, ଦୟାକରି ମୋତେ ବିରାଟ ଦିଅ’। ସୋସିଆଲ ମିଡିଆରେ ବେଶ ସକ୍ରିୟ ରିଜଲା ରେହାନ । ତାଙ୍କର ହଜାର ହଜାର ଫଲୋଅର ବି ଅଛନ୍ତି ।

ରେହାନ ପ୍ରାୟତ କ୍ରିକେଟ୍ ସମ୍ବନ୍ଧୀୟ ଜିନିଷ ପୋଷ୍ଟ କରନ୍ତି । ରିଜଲା ରେହାନ୍ ପ୍ରଥମେ ଏସିଆ କପ୍ ୨୦୧୮ରେ ଲାଇମଲାଇଟ୍ କୁ ଆସିଥିଲେ । ୨୦୧୯ରେ ମାଞ୍ଚେଷ୍ଟରରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚରେ ରିଜଲା ମଧ୍ୟ ଉପସ୍ଥିତ ଥିଲେ । ସେହି ବର୍ଷ ବିଶ୍ୱ କପ୍ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ହି ମ୍ୟାଚ୍ ପାଇଁ ରିଜଲା ଟିକେଟ୍ କିଣିଥିଲେ । ସେ ଭାବିଥିଲେ ଯେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି ବୋଲି । ରିଜଲା ରେହାନ ପାକିସ୍ତାନର କରାଚିରୁ ଆସିଛନ୍ତି କିନ୍ତୁ ଗତ ୧୨ ବର୍ଷ ଧରି ଦୁବାଇରେ ରହୁଛନ୍ତି ।

   Related Posts