ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ, ୨୬|୧୧:  କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା  ଶ୍ରେୟସ ଆୟର ନିଜ ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ନିଜ ପ୍ରଥମ ଇନିଂସରେ ସେ ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇଦେଇଛନ୍ତି ।

ସୁନିଲ ଗାଭାସ୍କର ୧୯୭୧ରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ନିଜର ପ୍ରଥମ ଟେଷ୍ଟରେ ୬୫ ରନ୍ କରିଥିଲେ । ତେବେ ଆୟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନ୍ କରି ଅପରାଜିତ ରହିଛନ୍ତି । ସେ ଶତକ ଦିଗରେ ଆଘକୁ ବଢୁଛନ୍ତି ।

ଶ୍ରେୟସଙ୍କୁ ଟେଷ୍ଟ କ୍ୟାପ୍ ସୁନିଲ ଗାଭାସ୍କର ପ୍ରଦାନ କରିଥିଲେ । ସେ ବି ସଙ୍କଟମୋଚକ ସାଜି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଆଉଟ୍ ହେଲା ପରେ ଜାଡେଜା ଓ ଶ୍ରେୟସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଭଲ ପାର୍ଟନରସିପ୍ କରିଥିଲେ ।

ଏବେ ଶ୍ରେୟସ ଶତକଠୁ ମାତ୍ର ୨୫ ରନ୍ ଦୂରରେ ଅଛନ୍ତି । ଶତକ ଲଗାଇଲେ ସେ ପଦାର୍ପଣ ଟେଷ୍ଟରେ ସେଞ୍ଚୁରୀ ଲଗାଇଥିବା ଖେଳାଳିଙ୍କ ତାଲିକରେ ସାମିଲ ହେବେ ।

ସୂଚନାଯୋଗ୍ୟ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୫୮ କରିଥିବା ବେଳେ ୪ ଓ୍ୱିକେଟ୍ ହରାଇଛି । କ୍ରିଜରେ ଜାଡେଜା ଓ ଶ୍ରେୟସ ଅପରାଜିତ ଅଛନ୍ତି । ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୩ ରନର ପାର୍ଟନରସିପ୍ ହୋଇଛି । ଜାଡେଜା ୫୦ ରନ୍ କରି କ୍ରିଜରେ ଥିଲା ବେଳେ ଆୟର ୭୫ କରି ନଟ୍ ଆଉଟ୍ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.