ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ଯାଚ୍, ଯୁବ ବିଜୁ ଜନତା ଦଳକୁ ପରାସ୍ତ କଲା ମିଡିଆ ଏକାଦଶ

Published By : Prameya-News7 Bureau | January 28, 2021 IST

ବ୍ରହ୍ମପୁର ୨୮।୦୧ : ୭୨ତମ ଗଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ଏମକେସିଜି କଲେଜ୍ ଷ୍ଟାଡିୟମ ପରିସରରେ ମିଡିଆ ଏକାଦଶ ଓ ଯୁବ ବିଜୁ ଜନତା ଦଳ ଏକାଦଶ ମଧ୍ଯରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ଯାଚ୍ ର ଶୁଭ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ,  ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

{"id":399700,"sizeSlug":"large","linkDestination":"none"}

ମିଡିଆ ଏକାଦଶ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ପଣ୍ଡା ପ୍ରଥମେ ଟସ୍ ଜିତି ବ୍ଯାଟିଂ ନିଷ୍ପତ୍ତି ନେଇଥିଲେ। ମିଡିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍ ରେ ତିନି ୱିକେଟ୍ ହରାଇ ୧୦୫ ରନ୍ କରିଥିଲା। ଜବାବ୍ ରେ ଯୁବ ବିଜୁ ଜନତା ଦଳ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍ ରେ ୮ ୱିକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲେ । ମିଡିଆ ଏକାଦଶ ୬ ରନ୍ ରେ ଯୁବ ବିଜୁ ଜନତା ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ ।

{"id":399701,"sizeSlug":"large","linkDestination":"none"}

ମୁଖ୍ୟ ଅତିଥି ବିକ୍ରମ ପଣ୍ଡା ବିଜୟୀ ଓ ପରାଜୟ ଟିମ୍ କୁ ପୁରସ୍କାର ପ୍ରଦାନ କରିଥିଲେ। ମିଡିଆ ଏକାଦଶ ଖେଳାଳୀ ସୀତାରାମ ଙ୍କୁ  ମ୍ଯାନ୍ ଅଫ୍ ଦି ମ୍ଯାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁବ ବିଜୁ ଜନତା ଦଳ ଏକାଦଶ ଟିମ୍ ର ଅଧିନାୟକ ଜଗନ୍ନାଥ ରନର୍ କପ୍ ଗ୍ରହଣ କରିଥିବା ବେଳେ ବିଜୟୀ ଟିମ୍ ମିଡିଆ ଏକାଦଶ ଟିମ୍ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ୱିନର୍ ଟ୍ରଫି ଗ୍ରହଣ କରିଥିଲେ । ଟିମ୍ ର ସମସ୍ତ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ଅଧିନାୟକ ସୁରଜିତ୍ ପଣ୍ଡା ଏବଂ ବିଧାୟକ ବିକ୍ରମ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.