ଅବସର ପରେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଜାଣନ୍ତୁ କେତେ ରହିଛି ମୋଟ ସମ୍ପତ୍ତି

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪/ ୦୬ : ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ଜଣେ ମାଇଲଖୁଣ୍ଟ । ପଡିଆ ମଧ୍ୟରେ ଯେ କେହି ତାଙ୍କ ଭଳି ହେବାକୁ ଉଚ୍ଛା କରନ୍ତି । କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ମହାନ କ୍ରିକେଟରମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୪ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ନିଜ ନାଁରେ କରିପାରିଛନ୍ତି ତେନ୍ଦୁଲକର । ଏହା ବାଦ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ ରହିଥିଲେ, ଏବେ ମଧ୍ୟ ତାହା ଜାରି ରହିଛି ।

sachin tendulkar

୨୦୧୩ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ସଚିନ ଆଜି ମଧ୍ୟ ବିଶ୍ବର ଶ୍ରେଷ୍ଠ ଧନୀ ଖେଳାଳୀଙ୍କ ମଧ୍ୟରୁ ଅନ୍ୟତମ । ଦେଶ ତଥା ବିଦେଶର ଅନେକ ବ୍ରାଣ୍ଡରେ ସଚିନ ଆମ୍ବାସଡର ଅଛନ୍ତି । ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି । ୨୦୨୦ ମସିହାରେ ସଚିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୮୩୪ କୋଟି ଟଙ୍କା । ସଚିନଙ୍କ ମୋଟ ସମ୍ପତ୍ତିର ସିଂହ ଭାଗ କ୍ରିକେଟରୁ ଆସିଥିବା ବେଳେ ରିଅଲ ଇଷ୍ଟେଟ ଜରିଆରେ ମଧ୍ୟ ଖୁବ କମାଉଛନ୍ତି ।

sachin tendulkar


କୋକା କୋଲା, ଆଡିଡାସ, ବିଏମଡ୍ଲ୍ୟୁ ଇଣ୍ଡିଆ, ତୋସିବା, ଜିଲେଟ ଭଳି ଅନେକ ବଡ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ତେନ୍ଦୁଲକର । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବିସିସିଆଇ ତରଫରୁ ସଚିନଙ୍କୁ ପ୍ରତିମାସରେ ୫୦ ହଜାର ଟଙ୍କା ଲେଖାଏଁ ପେନସନ ଦିଆଯାଉଛି । କ୍ରିକେଟ ପ୍ରତି ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ କରାଯାଇଛି । କେବଳ ସେତିକି ନୁହେଁ ସଚିନଙ୍କୁ ପଦ୍ମ ବିଭୂଷଣ, ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ଆଦିରେ ସମ୍ମାନୀତ କରାଯାଇଛି ।

sachin tendulkar

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.