'ସଚିନଙ୍କୁ ଥରେ ସ୍ଲେଜିଂ କରିବା ପରେ ଲଜ୍ଜିତ ହୋଇ କ୍ଷମା ମାଗିଥିଲି', ଏପରି କହିଲେ ଏହି ଶ୍ରେଷ୍ଠ ଅଫ୍ ସ୍ପିନର

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ, ୨୭|୦୪: ବିଶ୍ୱ କ୍ରିକେଟରେ ସବୁଠାରୁ ଭଲ ଅଫ୍ ସ୍ପିନର କୁହାଯାଉଥିବା ପୂର୍ବତନ ପାକିସ୍ତାନୀ ବୋଲର ସକଲେନ୍ ମୁସ୍ତାକ୍ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ବଡ ବୟାନ ଦେବା ସହ କିଛି ଗୁମର ଫିଟାଇଛନ୍ତି । ଅଫ୍ ସ୍ପିନରେ ଦୁସରା ବୋଲିଂ କରୁଥିବା ମୁସ୍ତାକ ସଚିନଙ୍କୁ ମାତ୍ର ଥରଟିଏ ସ୍ଲେଜିଂ କରିଛନ୍ତି । ଏହାପରେ ସେ ନିଜର ଭୁଲ ବୁଝିପାରି ଥିଲେ ବୋଲି ପ୍ରକାଶ କରିଛନ୍ତି ।

{"id":260898,"width":692,"height":363,"sizeSlug":"large"}

ମୁସ୍ତାକ ଏକ ଘଟଣାର ଉଦାହରଣ ଦେଇ କହିଛନ୍ତି ଯେ, ଏହା ୧୯୯୭ର ଘଟଣା ଥିଲା । ସାହାର କପ୍ କାନାଡାରେ ଖେଳାଯାଉଥିଲା ।ସେ ସଚିନଙ୍କୁ କିଛି କହିଥିଲା । କିନ୍ତୁ ସଚିନ ଧିରେଧିରେ ତାଙ୍କ ପାଖକୁ ଆସି କୌଣସି ଦୁର୍ବବ୍ୟବହାର ପ୍ରଦର୍ଶନ କରିନଥିବା କହିଥିଲେ । ଏପରିକି ସେ ଏପରି କଣ ପାଇଁ କହିଲେ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ସଚିନଙ୍କ କଥା ଶୁଣି ମୁସ୍ତାକ ଲଜ୍ଜିତ ହୋଇଥିଲେ । ୪୩ ବର୍ଷୀୟ ମୁସ୍ତାକଙ୍କୁ ସଚିନ ନିଜେ ମହାନ ଅଫ୍ ସ୍ପିନର ବୋଲି କହିସାରିଛନ୍ତି ।

ଏହି କଥାକୁ ନେଇ ମୁସ୍ତାକ କହିଛନ୍ତି ଯେ, ସଚିନ ତାଙ୍କୁ ବହୁତ ଭଲ ବ୍ୟବହାର ପ୍ରଦର୍ଶନ କରୁଥିଲେ । ବ୍ୟକ୍ତି ଓ ଖେଳାଳିଭାବେ ସଚିନ ତାଙ୍କୁ ସମ୍ମାନ ଦିଅନ୍ତି ବୋଲି ସଚିନ କହିଥିଲେ । ଏହାପରେ ସେ ଆଉ କେବେ ସଚିନଙ୍କୁ ସ୍ଲେଜିଂ କରିନାହାଁନ୍ତି । ଏପରିକି ମ୍ୟାଚ ପରେ ସେ ସଚିନଙ୍କୁ ୭ମା ମାଗିଥିବା କହିଛନ୍ତି । ସଚିନ ଅନେକ ଥର ତାଙ୍କ ବଲକୁ ଚୌକା ଓ ଛକା ମାରିଥିଲେ ମଧ୍ୟ ସେ ସଚିନଙ୍କୁ କେବେ ସ୍ଲେଜିଂ କରିନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.